thumbnail

ବିଜୟପୁର ଗାଁରେ କୋରୋନା ସୁପର ସ୍ପ୍ରେଡର ଦମ୍ପତ୍ତି !

By

Published : Jul 3, 2020, 5:45 PM IST

ରାୟଗଡା : ଜିଲ୍ଳାରେ ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନା । ଆଜି ରାଜ୍ୟରେ ସର୍ବାଧିକ ୭୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁଣପୁର ବ୍ଲକର ବିଜୟପୁର ଗାଁରୁ ଆଜି 74 ଜଣ ଆକ୍ରାନ୍ତ ହେବା ପରେ ଏହି ଅଞ୍ଚଳ ହଟସ୍ପଟ ପାଲଟିଛି। ଏହି ଗାଁରେ ଜନୈକ ତାମିଲନାଡୁ ଫେରନ୍ତା ଦମ୍ପତିଙ୍କ ଠାରୁ ଏହି ସଂକ୍ରମଣ ବ୍ୟାପିଥିବା ଜଣାପଡିଛି । କୋଏମ୍ବାଟୁରୁ ଫେରିଥିବା ଏହି ଦମ୍ପତି ସୁପର ସ୍ପ୍ରେଡର ବୋଲି ଜଣାପଡିଛି । ପୂର୍ବରୁ ୧୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ଆଜି 74 ପଜିଟିଭ ମାମଲା ସାମ୍ନାକୁ ଆସିଛି । ଗାଁରେ ଏବେ ମୋଟ ୯୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାବ୍ୟତୀତ ରାୟଗଡା କସ୍ତୁରୀ ନଗର ଅଞ୍ଚଳରୁ ଜଣେ ଦିଲ୍ଲୀ ଫେରନ୍ତା ଯୁବକ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ଗୁଣପୁର ସହରରୁ ମଧ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.