'ଦୁଷ୍କର୍ମ ପୂର୍ବଦିନ ସାରାରାତି ପର୍ଣ୍ଣୋଗ୍ରାଫି ଭିଡିଓ ଦେଖିଥିଲା ଅଭିଯୁକ୍ତ'

By

Published : Dec 22, 2020, 4:29 PM IST

thumbnail
କଟକ: ପରୀକୁ ଦୁଷ୍କର୍ମ କରିବା ପୂର୍ବଦିନ ସାରା ରାତି ନିଜ ଭଉଣୀ ମୋବାଇଲରେ ଅଭିଯୁକ୍ତ ପର୍ଣ୍ଣୋଗ୍ରାଫି ଭିଡିଓ ଦେଖିଥିଲା ବୋଲି SIT ମୁଖ୍ୟ ଅରୁଣ ବୋଥ୍ରା ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ହେଲେ ଏହି ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଯୋଜନାବଦ୍ଧ ନଥିଲା ବୋଲି ଅଭିଯୁକ୍ତ SIT ସମ୍ମୁଖରେ ସ୍ବୀକାର କରିଥିବା SIT ମୁଖ୍ୟ କହିଛନ୍ତି । ହତ୍ୟାକାଣ୍ଡ ଦିନ ନାବାଳିକା ଅଭିଯୁକ୍ତ ଘରକୁ କୋଳି ଖାଇବାକୁ ଆସିଥିଲା । ଏହି ସମୟରେ ଅଭିଯୁକ୍ତ ଘରେ କେହି ନଥିବା ବେଳେ ସମୟର ସୁଯୋଗ ନେଇ ଅଭିଯୁକ୍ତ ଏପରି କାଣ୍ଡ ଘଟାଇଥିଲା । ତେବେ ସେ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବା ବେଳେ ନାବାଳିକା ଚିତ୍କାର କରିବାରୁ ତା' ତଣ୍ଟି ଚିପି ହତ୍ୟା କରିଥିବା କହିଛି । ସବୁଠାରୁ ଚାଞ୍ଚଲ୍ୟକର ହେଉଛି ନାବାଳିକା ମୃତଦେହ ସହିତ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.