ଗୁରୁ-ଶିଷ୍ୟ ମିଳନ ପରମ୍ପରାର ନିଆରା ନିଦର୍ଶନ ‘ତପୋବନ ମେଳା’ - ଢେଙ୍କାନାଳରେ ଗୁରୁ-ଶିଷ୍ୟ ପରମ୍ପରା
🎬 Watch Now: Feature Video
ଢେଙ୍କାନାଳ: ଚଳଚଞ୍ଚଳ ହୋଇ ଉଠିଛି ମହିମା ଧର୍ମର ଆଦିପୀଠ କୁହାଯାଉଥିବା ଢେଙ୍କାନାଳର ତପୋବନ ପୀଠ । ପ୍ରସିଦ୍ଧ କପିଳାସ ପାହାଡରେ ପାଦଦେଶରେ ଅବସ୍ଥିତ ଏହି ପୀଠରେ ମହିମା ଧର୍ମର ପ୍ରଚାର ପ୍ରସାର ଆରମ୍ଭ ହୋଇଥିଲା ବୋଲି ରହିଛି ବିଶ୍ବାସ। ପ୍ରତିବର୍ଷ ଏଠାରେ ପାଳନ ହେଉଥିବା ଗୁରୁ-ଶିଷ୍ୟ ମିଳନ ପରମ୍ପରା ବା ତପୋବନ ମେଳା ପାଇଁ ଏବେ ପୀଠରେ ଜମିଛି ହଜାର ହଜାର ମହିମା ଧର୍ମାବଲମ୍ବୀଙ୍କ ଭିଡ।