ଶ୍ରେଷ୍ଠ ଚଳଚ୍ଚିତ୍ର ‘ସଲାବୁଢ଼ାର ବଦଲା’, ସଫଳତା କାହାଣୀ କହିଲେ ସବ୍ୟସାଚୀ - film-salabudha-badla-got-award

🎬 Watch Now: Feature Video

thumbnail

By

Published : Mar 23, 2021, 4:52 PM IST

Updated : Mar 23, 2021, 10:06 PM IST

ଭୁବନେଶ୍ବର:  ‘ସଲାବୁଢାର ବଦଲା’କୁ ଜାତୀୟ ପୁରସ୍କାର । ସୁବର୍ଣ୍ଣପୁର ଜିଲ୍ଲାର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ କୋଶଲି ଫିଚର ଫିଲ୍ମ ‘ସଲାବୁଢା ବଦଲା’କୁ ୬୭ତମ ଜାତୀୟ ଫିଲ୍ମ ଫେୟାରରେ ସର୍ବଶ୍ରେଷ୍ଠ ଫିଲ୍ମର ମାନ୍ୟତା ମିଳିଛି । ଏହି ଚଳଚ୍ଚିତ୍ରଟି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଗାଁରେ ସୁଟିଂ ହୋଇଥିବା ବେଳେ ଗ୍ରାମଞ୍ଚଳର ସାଧରଣ ଲୋକଙ୍କ ଚାଲି ଚଳଣିର ଝଲକ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି । ‘ସଲାବୁଢ଼ାର ବଦଲା’ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଆୱାର୍ଡ ଓ ସମ୍ମାନ ସବୁବେଳେ ଖୁସି ଦିଏ । ଜାତୀୟ ପୁରସ୍କାରର ସ୍ୱତନ୍ତ୍ରତା ରହିଛି । ଏଥିପାଇଁ ପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦ ଓ ସମଲେଶ୍ବରୀଙ୍କ କୃପା ବୋଲି କହିଛନ୍ତି ସବ୍ୟସାଚୀ । ସେ ସର୍ବଦା ନିଜ ଚଳଚିତ୍ରରେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାକୁ ତୋଳିଧରିବା ସହ ପ୍ରକୃତି ଓ ବାସ୍ତବବାଦୀ ଚରିତ୍ରକୁ ପ୍ରତିପାଦିତ କରିଥାନ୍ତି । ଆଉ ରାଜ୍ୟବାସୀଙ୍କ ସ୍ନେହ ଯୋଗୁଁ ଆଜି ସମ୍ମାନ ସମ୍ଭବ ହୋଇଛି ବୋଲି କହିଛନ୍ତି ଏହି ଖ୍ୟାତିନାମା ନିର୍ଦ୍ଦେଶକ ଓ ପ୍ରଯୋଜକ ।  ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Mar 23, 2021, 10:06 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.