18 ବର୍ଷ ହେଲା ବିଛଣାରେ ଛବିରାଣୀ, ସରକାରୀ ସହାୟତା ପାଇଁ ବାପାର ଆକୁଳ ନିବେଦନ - ଚିକିତ୍ସାରେ ବାଧକ ସାଜୁଛି ଅର୍ଥ
🎬 Watch Now: Feature Video
ଅନୁଗୋଳ: ବୟସ ୨୦ ବର୍ଷ ଟପିଲାଣି। ଦେଖିଲେ ଲାଗୁଛି ସତେ ଯେମିତି ୧୦ କି ୧୨ ବର୍ଷର ଝିଅ । ଗୋଡ଼ ହାତ କିଛି କାମ କରୁନି। ପିଲାଦିନେ ଚିକିତ୍ସା କରିଥିଲେ ହୁଏତ ଆଜି ଏଭଳି ଅବସ୍ଥା ହୋଇ ନଥାନ୍ତା। ହେଲେ ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଝିଅର ଚିକିତ୍ସା କରି ନପାରି ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି ଛବିରାଣୀଙ୍କ ବାପାମାଆ ।