ପ୍ରାକୃତିକ ଆଶ୍ରୟସ୍ଥଳୀକୁ ଫେରିଲେ 20 ନାଗ ଛୁଆ

By

Published : Jun 17, 2021, 12:56 PM IST

thumbnail

ଭୁବନେଶ୍ବର: ଗତ ମେ 20 ରେ ପୁରୀରୁ ଉଦ୍ଧାର ନାଗ ସାପ ଅଣ୍ଡା ପ୍ରାକୃତିକ ଆବାସସ୍ଥଳୀକୁ ପଠାଯାଇଛି । ଚନ୍ଦକା ବନଖଣ୍ଡ କର୍ମଚାରୀଙ୍କ ଉପସ୍ଥିତିରେ ଏକ ପ୍ରାକୃତିକ ପରିବେଶରେ ସାପଙ୍କୁ ଛଡା ଯାଇଛି । ଏକ ସ୍ଲାବ ତଳେ କିଛି ନାଗ ସାପ ପଶିଥିବା ଦେଖି ଶ୍ରମିକ ମାନେ କାମ ବନ୍ଦ କରିଦେଇଥିଲେ । ଏନେଇ ପ୍ରକାଶ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ସ୍ଲାବ ତଳେ ଏକ ନାଗ ସାପ ଏବଂ କିଛି ଅଣ୍ଡା ପାଇଥିଲେ । ସାପଟିକୁ ଉଦ୍ଧାର କରି ବ୍ୟାଗରେ ଭର୍ତ୍ତି କରିବା ସହ ଅଣ୍ଡାଗୁଡିକୁ ଏକ କାର୍ଟୁନରେ ରଖିଥିଲେ । ଶ୍ରମିକମାନଙ୍କ ଅନୁରୋଧ କ୍ରମେ ସେହି ସ୍ଥାନରେ ଅଧିକ ଖୋଜା ଖୋଜି ପରେ ଆଉ 2 ଟି ନାଗ ସାପ ଉଦ୍ଧାର ହୋଇଥିଲା । ତେବେ ପୂର୍ବରୁ 16 ଟି ଅଣ୍ଡାକୁ ଭୟରେ ସେମାନେ ନିକଟସ୍ଥ ପୋଖରୀକୁ ଫୋପାଡ଼ି ଦେଇଥିବା କହିଛନ୍ତି । ଡେଲାଙ୍ଗ ରେଞ୍ଜ ଅଫିସରଙ୍କୁ ଏହି ଘଟଣା ବିଷୟରେ ଅବଗତ କରାଇ ସାପଗୁଡିକୁ ଗାଁ ଠାରୁ ଦୂରରେ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ିବା ପରେ ଉଦ୍ଧାର ଅଣ୍ଡାଗୁଡିକୁ ସ୍ନେକ ହେଳ୍ପ ଲାଇନ କାର୍ଯ୍ୟାଳୟକୁ ଅଣା ଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.