ଜଳୁଛି ଆଦିବାସୀ ଆତ୍ମା ! କଳିଙ୍ଗନଗର ଗୁଳିକାଣ୍ଡକୁ ପୁରିଲା ୧୫ ବର୍ଷ - କଳିଙ୍ଗନଗର ଗୁଳିକାଣ୍ଡକୁ ପୁରିଲା ୧୫ ବର୍ଷ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10096730-thumbnail-3x2-kalinganagar.jpg)
ଯାଜପୁର: କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୁରିଛି ୧୫ ବର୍ଷ । ତଥାପି ଆଦିବାସୀ ମନରୁ ଲିଭିନି ସେଦିନର ଦମନଲୀଳା । ଏ ଗୁଳିକାଣ୍ଡର ଦୋଷ ମୁଣ୍ଡାଇବାକୁ କେହି ପ୍ରସ୍ତୁତ ନାହାଁନ୍ତି । ଏତେ ବର୍ଷ ପରେ ବି ଉତ୍ତର ଅପେକ୍ଷାରେ ସମସ୍ତେ । ତେବେ ଏହି ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୧୪ ଜଣ ଆଦିବାସୀଙ୍କ ସ୍ମୃତିରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ପାଳନ କରାଯାଉଛି ଶହୀଦ ସ୍ମୃତି ଦିବସ। ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ ନେଇ ଗତ ୨୦୦୬ ମସିହା ଜାନୁଆରୀ ୨ ତାରିଖ ଦିନ ପୋଲିସ ଓ ସ୍ଥାନୀୟ ଆଦିବାସୀ ମୁହାଁମୁହିଁ ହୋଇଥିଲେ । ପୋଲିସ ଗୁଳିରେ ୧୪ ଜଣ ଆଦିବାସୀ ପ୍ରାଣ ହରାଇଥିବା ବେଳେ ଆଦିବାସୀଙ୍କ ତୀର ମାଡରେ ଜଣେ ପୋଲିସ ହାବିଲଦାରଙ୍କ ଜୀବନ ଯାଇଥିଲା। ତେଣୁ ମୃତ୍ୟୁବରଣ କରିଥିବା ଆଦିବାସୀ ମାନଙ୍କ ସ୍ମୃତିରେ ପ୍ରତ୍ୟେକ ବର୍ଷ ଏହି ଦିନକୁ ଶହୀଦ ସ୍ମୃତି ଦିବସ ଭାବେ ପାଳନ କରୁଛି ବିସ୍ଥାପନ ବିରୋଧୀ ଜନମଞ୍ଚ।