ହାଣ୍ଡିଆ ବିକ୍ରି କରି ପରିବାର ପୋଷୁଛି ସପ୍ତମ ଶ୍ରେଣୀର ଝିଅ
🎬 Watch Now: Feature Video
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଲୁହାକାନୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଣ୍ଡୁରା ଗ୍ରାମରେ ଦେଖିବାକୁ ମିଳିଛି ଏକ ଛାତିଥରା ଘଟଣା। କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ମଧ୍ୟ ଏହାହିଁ ସତ। ପରିବାର ଚଳାଇବାକୁ ନାବାଳିକା ଛାତ୍ରୀ ରାସ୍ତା କଡରେ ବିକୁଛି ହାଣ୍ଡିଆ । ଏତିକିରେ ସରିନି ଏହି କଅଁଳ ଶିଶୁର କାହାଣୀ । ଘରର ମୁରବୀ ଅର୍ଥାତ ଶିଶୁର ବାପା ଦୀର୍ଘ ପାଞ୍ଚ ଛଅ ମାସ ଧରି ଯକ୍ଷ୍ମା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇଥିଲେ। ହେଲେ ଗତ ରବିବାର ତାଙ୍କର ମୃତ୍ୟୁ ପରେ ଏହି ଅଭାବୀ ପରିବାର ଉପରକୁ ମାଡିଆସିଲା ଦୁଃଖର କଳା ବାଦଲ । ଆଉ ଏବେ କୋରୋନା ସାଜିଛି କାଳ । ସରକାରୀ କଟକଣା ଯୋଗୁଁ ମାଆ କାମ କରିବାକୁ କୌଣସି ସ୍ଥାନ ଯାଇପାରୁନାହାଁନ୍ତି ।