ସତ୍ୟନାରାୟଣ ପୂଜା ଭୋଗ ଖାଇ ୧୨ ଅସୁସ୍ଥ - ୫ ଜଣ ସୁସ୍ଥ
🎬 Watch Now: Feature Video

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଅଭାବନୀୟ ଘଟଣା। କପ୍ତିପଦା ବ୍ଲକ ସୁଲଗଡିଆ ଗାଁରେ ସତ୍ୟନାରାୟଣ ପୂଜା ଭୋଗ ଖାଇ ଗୋଟିଏ ପରିବାରର 12ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାଅନୁସାରେ, ଗୁରୁବାର କପ୍ତିପଦା ବ୍ଲକ ସୁଲଗଡିଆ ଗାଁର ବାବୁରାମ ସେଠୀଙ୍କ ପୁଅର ଜନ୍ମଦିନ ହୋଇଥିଲା । ଜନ୍ମଦିବସ ଉପଲକ୍ଷେ ଘରେ ସତ୍ୟନାରାୟଣ ପୂଜାର ଆୟୋଜନ ହୋଇଥିଲା । ପୂଜା ପରେ ଘର ଲୋକ ପ୍ରସ୍ତୁତ ଭୋଗ ଖାଇବା ସହ ପଡୋଶୀଙ୍କୁ ମଧ୍ୟ ଦେଇଥିଲେ ।