thumbnail

By

Published : Mar 8, 2022, 10:21 PM IST

Updated : Feb 3, 2023, 8:19 PM IST

ETV Bharat / Videos

International Women's Day: ମହିଳା ଚଳାଇଲେ ଟ୍ରକ, ହଟିଲା ଟ୍ରାଫିକ୍ ଜାମ !

ନାରୀ କେବେ ଅବଳା ନୁହେଁ କି ଦୁର୍ବଳା ନୁହେଁ । ସେ ପୁରୁଷଙ୍କ ସମକକ୍ଷ ସାଜି ଆଜି ସମାଜରେ ସମ୍ମାନନୀୟ ଓ ଦୃଢ଼ ପ୍ରତିଷ୍ଠିତ ହୋଇପାରିଛି । ଆଜିକା ସମୟରେ ନାରୀ ପାଇଁ କିଛି ଅସମ୍ଭବ ନୁହେଁ । ମହାକାଶ ଠାରୁ ଆରମ୍ଭ କରି ବୁଡାଜାହାଜ ଯାଏଁ, ପରିଚାଳିତ କରୁଛନ୍ତି ମହିଳା । ଜଣେ ପୁରୁଷ ଯେ କେବଳ ଏହାକୁ କରିପାରିବ, ତାହା ନୁହେଁ, ଜଣେ ମହିଳା ଆତ୍ମବିଶ୍ବାସ ଓ ଏକାଗ୍ରତା ଯୋଗୁଁ ଆଜି ପୁରୁଷକୁ ମାତ ଦେଇପାରୁଛି । ତେଣିକି ସେ ଅଟୋ ଚଳାଇକି ହେଉ କିମ୍ବା ଟ୍ରକ୍ ଚଳାଇ ହେଉ । ସବୁଥିରେ ସେ ସିଦ୍ଧହସ୍ତ, ସବୁଥିରେ ସେ ପାରଙ୍ଗମ । ଅନ୍ତର୍ଜାତୀୟ ମହିଳା ଦିବସରେ ସମସ୍ତ ମହିଳାଙ୍କୁ ସମ୍ମାନ ଜଣାଇ ଓଡିଶା ପରିବହନ ନିଗମ ଏକ ଭିଡିଓ ଜାରି କରିଛି, ଯେଉଁଥିରେ ଏହା ଦର୍ଶାଯାଇଛି ଯେ, ଜଣେ ମହିଳା ପୁରୁଷ ଠାରୁ କୌଣସି ଗୁଣରେ ମଧ୍ୟ କମ୍ ନୁହେଁ । ଟ୍ରାଫିକ ଭିତରେ ଏକ ଟ୍ରକ୍‌କୁ ଜଣେ ମହିଳା ହିଁ ଚଳାଇ ରାସ୍ତା ସେପଟକୁ ନେଇ ପାରୁଛି । ଯାହା ୨ ଜଣ ପୁରୁଷ କରିପାରିଲେ ନାହିଁ, ତାକୁ ଜଣେ ମହିଳା କରି ଦେଖାଇଛି । ଉପସ୍ଥିତ ଜନସାଧାରଣ ମହିଳାଙ୍କର ଏହି ବୁଦ୍ଧିମତା ଓ ସାହାସିକତାକୁ ସଲାମ ଜଣାଇଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ମହିଳାଙ୍କର ଏହି ଜୋଶଭରା ଭିଡିଓ
Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.