ସ୍ପୋର୍ଟ୍ସ ପାୱାର ହାଉସ ହେବ ଓଡିଶା: ଦିଲୀପ ତିର୍କୀ - କ୍ରୀଡାଭିତ୍ତିଭୂମିର ବିକାଶ
🎬 Watch Now: Feature Video
ଭୁବନେଶ୍ବର: ଖୁବ୍ ଶୀଘ୍ର ଓଡିଶା ହେବ ସ୍ପୋର୍ଟ୍ସ ପାୱାର ହାଉସ ବା କ୍ରୀଡା ଶକ୍ତି କେନ୍ଦ୍ର । ରାଜ୍ୟକୁ କ୍ରୀଡା ଶକ୍ତି ଭାବେ ପରିଣତ କରିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ବିଶେଷ କରି ଦୃଷ୍ଟି ଦେଇଛନ୍ତି । ଯାହାର ଉଦାହରଣ ଓଡ଼ିଶାରେ ହକି ବିଶ୍ବକପ୍ ସମ୍ଭବ ହୋଇପାରିଛି ।
ଏଥିସହ ନିୟମିତ କ୍ରୀଡାବିତ୍ ମାନଙ୍କୁ ଯୋଗ୍ୟତା ଅନୁସାରେ ନିଯୁକ୍ତି ପ୍ରଦାନ କରାଯାଉଛି । ବିଶେଷ କରି ଯୁବକ ମାନଙ୍କୁ କ୍ରୀଡାରେ ଭଲ ଶିକ୍ଷା ଦେବା ଏବଂ ଯୁବଶକ୍ତିକୁ ସକାରାତ୍ମକ ଦିଗରେ ବିନିଯୋଗ କରିବାର ମାଧ୍ୟମ ହେଉଛି କ୍ରୀଡା । ଏହା କହିଛନ୍ତି, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ