ସିଦ୍ଧାର୍ଥ କିଆରାଙ୍କ ନୂଆ ଫଟୋ ଭାଇରାଲ, ପସନ୍ଦ କଲେ ସୋସିଆଲ ମିଡିଆ ୟୁଜର୍ସ

By

Published : Aug 11, 2021, 6:33 PM IST

thumbnail
ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓ ଅଭିନେତ୍ରୀ କିଆରା ଆଡଭାଣୀଙ୍କ ଲାଟେଷ୍ଟ ଫଟୋସୁଟ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଫିଲ୍ମ ଫେୟାର ମାଗାଜିନ ପାଇଁ ଦୁହେଁ ଏହି ଫଟୋସୁଟ କରିଥିବା ନେଇ କିଆରା ତାଙ୍କ ଇନଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି । ତେବେ ଏହି ଫଟୋ ଭାଇରାଲ ହେବାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ନେଇ ଆଲୋଚନା କରିଛନ୍ତି ତାଙ୍କ ଫ୍ୟାନ । ଦୁହିଁଙ୍କୁ ପ୍ରଥମ ଥର ପାଇଁ ସିଲଭର ସ୍କ୍ରିନରେ ଶେରଶାହାରେ ଫିଲ୍ମରେ ଦେଖିବେ ଦର୍ଶକ । ଏହି ଫିଲ୍ମ କାରଗିଲ ଶହୀଦ ବିକ୍ରମ ବାତ୍ରାଙ୍କ ଜୀବନୀ ଉପରେ ଆଧାରିତ । ଲାଟେଷ୍ଟ ଫଟୋରେ କିଆରା ପିଙ୍କ୍ ଓ ହ୍ୱାଇଟ ପୋଷାକରେ ହଟ୍ ଦେଖା ଯାଉଥିବା ବେଳେ ସିଦ୍ଧାର୍ଥ ମଧ୍ୟ ରଗିଡ୍ ଲୁକରେ ହ୍ୟାଣ୍ଡସମ ଦେଖାଯାଉଛନ୍ତି । କିଛିଦିନ ହେଲା ଉଭୟେ ଉଭୟଙ୍କୁ ଡେଟ୍ କରୁଥିବା ଆଲୋଚନା ହେଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.