ବିଲବୋର୍ଡ ମ୍ୟୁଜିକ ଆୱାର୍ଡ ଶୋରେ ପିଙ୍କ-ଏଜିଆରଙ୍କ ମସ୍ତି - ରକ ସଙ୍ଗ ‘ବ୍ୟାଙ୍ଗ’ ପାଇଁ ଟ୍ରଫି ଜିତିଲେ ଏଜିଆର
🎬 Watch Now: Feature Video

ୱାଶିଂଟନ: ନିକଟରେ ଆୟୋଜିତ ହୋଇଥିଲା ଫେମସ ଆୱାର୍ଡ ଶୋ ବିଲବୋର୍ଡ ମ୍ୟୁଜିକ ସମାରୋହ । ଯେଉଁଥିରେ ଅନେକ ହଲିଉଡର ଜଣାଶୁଣା ସେଲିବ୍ରିଟି ସାମିଲ ହୋଇଥିଲେ । ଦେଖିବାକୁ ମିଳିଥିଲା ସମସ୍ତଙ୍କ ଜଲୱା । କ୍ୟାମେରା ଦେଖି ପୋଜ ଦେଇଥିଲେ ହଲିଉଡ ଷ୍ଟାର ପିଙ୍କ । ନିଜ ନାମ ଅନୁଯାୟୀ ସେ ପିଙ୍କ ଆଉଟଫିଟ୍ ପିନ୍ଧି ସମସ୍ତଙ୍କୁ ଦିୱାନା କରିଥିଲେ । ସେହିପରି ରକ ସଙ୍ଗ ‘ବ୍ୟାଙ୍ଗ’ ପାଇଁ ଟ୍ରଫି ଜିତି ଖୁସିରେ ବିଭୋର ନଜର ଆସିଥିଲେ ପପୁଲାର ସିଙ୍ଗର ଏଜିଆର । ଅନ୍ୟ ବିଜେତାମାନଙ୍କ ମଧ୍ୟରେ ବ୍ୟାଡ୍ ବନି ଏବଂ ବିଟିଏସ୍ ଅନ୍ତର୍ଭୁକ୍ତ ଥିଲେ । ଯେଉଁମାନେ ଉଭୟ ଚାରିଟି ପୁରସ୍କାର ଜିତିଥିଲେ ଏବଂ ପ୍ରଦର୍ଶନ ମଧ୍ୟ କରିଥିଲେ ।