ବୁଥ୍‌କୁ ଗଲେ ପୋଲିଂ ପାର୍ଟି, କାଲି ପଡିବ ପୌର ଭୋଟ୍ - ଗୁରବାର ପୌର ନିର୍ବାଚନ

🎬 Watch Now: Feature Video

thumbnail

By

Published : Mar 23, 2022, 1:29 PM IST

Updated : Feb 3, 2023, 8:20 PM IST

ବାଲେଶ୍ଵର: ରାତି ପାହିଲେ ପଡିବ ପୌର ନିର୍ବାଚନ ପାଇଁ ଭୋଟ । ଏଥିପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାଲେଶ୍ଵର ଜିଲ୍ଲାର ବାଲେଶ୍ୱର ମ୍ୟୁନିସିପାଲିଟି ସମେତ ଜଳେଶ୍ବର ଓ ସୋର ତଥା ରେମୁଣା ଓ ନୀଳଗିରି NACରେ ଅନୁଷ୍ଠିତ ହେବ ନିର୍ବାଚନ । ଏଥିପାଇଁ ଜିଲ୍ଲାରେ ୨୧୧ଟି ବୁଥର ଆୟୋଜନ କରାଯାଇଛି । ସେଥିମଧ୍ୟରୁ ୧୨୫ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି। ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପ୍ରକ୍ରିୟା କରିବା ପାଇଁ ୨୬ଟି ମୋବାଇଲ ପାର୍ଟି ସହ ୭ଜଣ ସେକ୍ଟର ଅଫିସର, ୩ଜଣ ଅତିରିକ୍ତ ଏସପି, ୮ଜଣ ଡ଼ିଏସପି, ୧୪ ଜଣ ଇନସିପେକ୍ଟର, ୭୭ଜଣ ଏସଆଇ ଓ ଏଏସଆଇ ସମେତ ୧୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.