ଦୁଇ ବର୍ଷ ପରେ ପାଳନ ହେଲା ପୋଲିସ ପ୍ରତିଷ୍ଠା ଦିବସ - ପୋଲିସ ପ୍ରତିଷ୍ଠା ଦିବସ
🎬 Watch Now: Feature Video
କେନ୍ଦୁଝର: ଜିଲ୍ଲାରେ ପାଳିତ ହୋଇଯାଇଛି ୮୭ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ । କୋରୋନା କଟକଣା ଯୋଗୁଁ ଦୁଇ ବର୍ଷ ପରେ କେନ୍ଦୁଝର ରିଜର୍ଭ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ। ଏହି ଅବସରରେ ଜିଲ୍ଲାସ୍ତରୀୟ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ ଏସ୍ପି ମିତ୍ରଭାନୁ ମହାପାତ୍ର । ଉପସ୍ଥିତ ପୋଲିସ କର୍ମଚାରୀଙ୍କୁ ସେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା ପଢ଼ି ଶୁଣାଇଥିଲେ । ଶେଷରେ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ ଉଲ୍ଲେଖଯୋଗ୍ୟ କାର୍ଯ୍ୟ ଯୋଗୁଁ ପୁରସ୍କୃତ କରାଯାଇଥିଲା ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ
Last Updated : Feb 3, 2023, 8:21 PM IST