ବାଲୁକା କୃତି ଓ ଫଟୋରେ ଓଡିଶାର ଇତିହାସ - ଉତ୍କଳ ଦିବସ
🎬 Watch Now: Feature Video
ଭୁବନେଶ୍ବର : ରାଜ୍ୟବ୍ୟାପୀ ଓଡିଶା ଦିବସ ମହାସମାରୋହରେ ପାଳିତ ହୋଇଛି । ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ଫଟୋଚିତ୍ର ପ୍ରଦର୍ଶନୀ କରାଯାଇଛି । ଏହାକୁ ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସ ଉଦଘାଟନ କରିଛନ୍ତି । ଏହାସହ ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ପ୍ରସ୍ତୁତ ବାଲୁକା କଳା ପ୍ରଦର୍ଶନୀକୁ ମଧ୍ୟ ମନ୍ତ୍ରୀ ଉଦଘାଟନ କରିଛନ୍ତି । ଫଟୋ ପ୍ରଦର୍ଶନୀରେ ଆଧୁନିକ ଓଡ଼ିଶାର ନିର୍ମାତା ମହାପୁରୁଷଙ୍କ ଫଟୋ ପ୍ରଦର୍ଶିତ ହୋଇଛି । ଏହା ସହ ଓଡିଶାର ପର୍ବପର୍ବାଣୀ, କଳା ଏବଂ ସଂସ୍କୃତି ଉପରେ ଆଧାରିତ ଫଟୋଚିତ୍ର ପ୍ରଦର୍ଶିତ ହୋଇଛି । କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ, ବୈଷୟିକ ନିର୍ଦେଶକ ସୁରେନ୍ଦ୍ର ନାଥ ପରିଡା, ଉତ୍କଳ ପ୍ରସଙ୍ଗର ସମ୍ପାଦକ ଲେନିନ ମହାନ୍ତି ଓ ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ବାଲୁକା କଳାକୁ ମଧ୍ୟ ଉଦଘାଟନ କରାଯାଇଛି । ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ
Last Updated : Feb 3, 2023, 8:21 PM IST