Panchayat Polls: ସତ୍ୟବାଦୀରେ ଜମୁଛି ପ୍ରଚାର, ସୁଯୋଗ ଦେବାକୁ ପ୍ରାର୍ଥୀଙ୍କ ଅପିଲ୍‌ - ପୁରୀ ପଞ୍ଚାୟତ ନିର୍ବାଚନ

🎬 Watch Now: Feature Video

thumbnail

By

Published : Feb 14, 2022, 1:17 PM IST

Updated : Feb 3, 2023, 8:11 PM IST

ପୁରୀ: ଆଉ ଗୋଟିଏ ଦିନ ପରେ ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ପୁରୀ ସତ୍ୟବାଦୀ ବ୍ଳକ ର 31 ନମ୍ବର ଜିଲ୍ଲାପରିଷଦ ଜୋନରେ ପ୍ରଚାରକୁ ଜୋରଦାର କରିଛି ବିଜେପି । ଏହି ଜୋନରୁ ବିଜେପି ସମର୍ଥିତ ପ୍ରାର୍ଥୀ ହୋଇଛନ୍ତି ଯୁବ ନେତା ଜାନକୀ ବଲ୍ଲବ ବରାଳ । ସେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ଶାସକ ଦଳର ଦୁର୍ନୀତି, ଅରାଜକତାକୁ ଅବସାନ ନିମନ୍ତେ ବିଜେପି ଥରେ ସୁଯୋଗ ଦେବାକୁ ସେ ଅପିଲ କରୁଛନ୍ତି । ସେ ଜିତିଲେ ଦୁର୍ନୀତି ମୁକ୍ତ ଶାସନ ସହ ଅଞ୍ଚଳରେ ଥିବା ସମସ୍ତ ସମସ୍ୟା ଦୂର କରିବେ ବୋଲି କହିଛନ୍ତି। ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.