thumbnail

By ETV Bharat Odisha Team

Published : Sep 17, 2023, 2:06 PM IST

Updated : Sep 17, 2023, 3:36 PM IST

ETV Bharat / Videos

Watch: ଏମିତି ବି ଆସେ ମୃତ୍ୟୁ, ଜିମରେ ୱାର୍କଆଉଟ୍ ବେଳେ ଟଳିପଡିଲେ ଯୁବକ

ଲକ୍ଷ୍ନୌ: ଜିମରେ ୱାକଆଉଟ୍ କରୁଥିବା ବେଳେ ହୃଦଘାତର ଶିକାର ହେଲେ ଯୁବକ । ଆଉ ଚାହୁଁଚାହୁଁ ତଳେ ପଡ଼ିଯାଇ ଅଚାନକ ଚାଲିଗଲା ଜୀବନ । ଏହି ମୃତ୍ୟୁର ଲାଇଭ ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦର ସରସ୍ବତୀ ବିହାରରେ । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ ଯୁବକ ଜଣକ ଜିମରେ ୱାକଆଉଟ୍ କରୁଥିଲେ । ସେହି ସମୟରେ ହଠାତ୍‌ ତଳେ ପଡ଼ି ଯାଉଛନ୍ତି । ଏହାପରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ମୃତ ଯୁବକ ଜଣକ ବିହାରର ସିଦ୍ଧାର୍ଥ କୁମାର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ ଘଟଣାର ତଦନ୍ତ ପରେ ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ପ୍ରକାଶ ଥାଉକି, ମୃତ ଯୁବକ ଜଣକ ପ୍ରଥମ ବର୍ଷର ଛାତ୍ର ଥିଲେ । ସେ ତାଙ୍କ ପିତାମାତାଙ୍କ ସହ ସରସ୍ବତୀ ବିହାରରେ ରହୁଥିଲେ । ତେବେ ଏନେଇ ଜିମ ମାଲିକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।  

ଏହା ମଧ୍ୟ ପଢନ୍ତୁ-Heart Attack: ହୃଦଘାତ ଆସିଲେ ପ୍ରଥମେ କଣ କରିବେ ? ଏହା କଲେ ବଞ୍ଚିପାରେ ଜୀବନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 17, 2023, 3:36 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.