ଫାଙ୍କା ଗୁଳି ଚଳାଇ ଯୁବକ ଅଟକ

By

Published : May 11, 2023, 9:40 AM IST

thumbnail

ଭଦ୍ରକ: ପୁରୁଣା ବଜାର ଥାନା ଅଞ୍ଚଳରେ ଫୁଟିଲା ଗୁଳି । ଫାଙ୍କା ଗୁଳି ଚଳାଇ ଆତଙ୍କ ଖେଳାଇଲେ ଯୁବକ । ଯୁବକଙ୍କୁ ଅଟକ ରଖିଲା ପୋଲିସ । ବୁଧବାର ସନ୍ଧ୍ୟାରେ ମୀର ମହଲା କାରୁଆ ସାହିରେ ଫାଙ୍କା ଗୁଳି ଫୁଟିବାର ଶବ୍ଦ ଶୁଭିଥିଲା । ଯାହାକୁ ନେଇ ଭୟଭୀତ ହୋଇପଡିଥିଲେ ସ୍ଥାନୀୟ ଲୋକେ । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁଳି ଫୁଟାଇ ଥିବା ଯୁବକୁ କାବୁ କରି ଥାନାକୁ ଆଣିଥିଲା। ଯୁବକ ଜଣକ ହେଉଛନ୍ତି ବାସୁଦେବପୁର ଥାନା ସାବରପୁର ଅଞ୍ଚଳର ସେକ ଲାଲ ଖାଁ ଓରଫ ଲାଲୁ ଖାଁ ବୋଲି ଜଣାପଡିଛି । 

ମୀର ମହଲା କାରୁଆ ସାହିରେ ଯୁବକଙ୍କ ସମ୍ପର୍କୀୟଙ୍କ ଘର ଥିବାରୁ ଅନେକ ସମୟରେ ଆସିଥାନ୍ତି । ଗତକାଲି ସନ୍ଧ୍ୟାରେ ଏକ ବାଇକରେ ଦ୍ରୁତ ଗତିରେ ଆସି ଏଠାରେ ପହଞ୍ଚିବା ପରେ ଏକ ଦେଶୀ ବନ୍ଧୁକରୁ ହଠାତ ଫାଙ୍କାରେ ଗୁଳି ଫୁଟାଇ ଥିଲେ । ତେବେ ଯୁବକ ଜଣଙ୍କ କେତେ ରାଉଣ୍ଡ ଗୁଳି ଚଳାଇଥିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନଥିବା ବେଳେ ପୁରୁଣା ବଜାର ଥାନା ପରିସରରେ ସନ୍ଧନୀ କୁକୁର ଏବଂ ବମ ସ୍କ୍ୱାର୍ଡ ଟିମ୍‌ ଫୁଟିଥିବା ଗୁଳିର ଯାଞ୍ଚ କରୁଛନ୍ତି । ଯୁବକଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ସହ 5 ରାଉଣ୍ଡ ଜୀବନ୍ତ ଗୁଳି ପୋଲିସ ଜବତ କରିଛି । କେଉଁ କାରଣରୁ ଯୁବକ ଜଣକ ଏହିପରି କାଣ୍ଡ ଭିଆଇଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।  

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.