PM Awas Yojana: ଆବାସ ଯୋଜନାରେ ଦୁର୍ନୀତି, ଦାବି ଜଣାଇଲା ଯୁବ କଂଗ୍ରେସ

By

Published : Jul 20, 2023, 12:21 PM IST

thumbnail

ବାଲେଶ୍ବର: ଜିଲ୍ଲାରେ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ । ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ ଅଯୋଗ୍ୟ ହିତାଧିକାରୀ ପାଉଛନ୍ତି ଘର ପାଇଁ ସହାୟତା ରାଶି । ପ୍ରକୃତ ହିତାଧିକାରୀମାନଙ୍କୁ ପଞ୍ଚାୟତ ସ୍ତରରେ ପିଇଓ ମାନେ ଚିହ୍ନଟ କରୁନାହାନ୍ତି । ଯାହା ଫଳରେ ଗରିବ ଲୋକଟିଏ ଏହି ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ଆଣିଛି ଜିଲ୍ଲା ଯୁବ କଂଗ୍ରେସ । ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିବା ସହ ଯୋଗ୍ୟ ହିତାଧିକାରୀଙ୍କ ନାମ ଏହି ଯୋଜନାରେ ସାମିଲ ଦାବି ହୋଇଛି । ସରକାରୀ କର୍ମଚାରୀ ଏବଂ ପିଇଓଙ୍କୁ ନିରପେକ୍ଷ ଭାବେ ଆବାସ ତାଲିକା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶନାମା ଜାରି କରନ୍ତୁ ବୋଲି ଦାବି କରିଛି ଯୁବ କଂଗ୍ରେସ ।  

ଏନେଇ ରଞ୍ଜନ କୁମାର ଦାସ କହିଛନ୍ତି, ‘ପୂର୍ବରୁ ଆବାସ ଯୋଜନାରେ ଟଙ୍କା ପାଇଥିବା ହିତାଧିକାରୀମାନଙ୍କୁ ଚିହ୍ନଟ କରାଯାଉ । ସେମାନେ ପ୍ରକୃତରେ ଆବାସ ଯୋଜନା ପାଇବାକୁ ଯୋଗ୍ୟ ହେବେ ନା ନାହିଁ ସେନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଯାଞ୍ଚ କମିଟି ଗଠନ କରାଯାଇ ତଦନ୍ତ କରାଯାଉ । ଦୀର୍ଘଦିନ ଧରି ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ଅଯୋଗ୍ୟ ହିତାଧିକାରୀମାନେ ଲାଭାନ୍ୱିତ ହେଉଥିବା ବେଳେ ସେମାନଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଆଗାମୀ ୧୦ ଦିନ ମଧ୍ୟରେ ଦାବି ଗୁଡ଼ିକ ପୂରଣ ନହେଲେ ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲାବ୍ୟାପୀ ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସଭାପତି ରଞ୍ଜନ ଦାଶ କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.