ମା'ଙ୍କ ଭସାଣିରେ ଯୁବକଙ୍କୁ ଛୁରାମାଡ଼, ଦୁର୍ବୃତ୍ତଙ୍କୁ ନିର୍ଧୁମ ଛେଚିଲେ ଲୋକେ
🎬 Watch Now: Feature Video
Published : Oct 26, 2023, 10:44 PM IST
ରାଉରକେଲା: ରାଉରକେଲାରେ ମା'ଙ୍କ ବିଦାୟୀ ସମୟରେ ଯୁବକଙ୍କୁ ଛୁରା ମାଡ଼ । ଅଳ୍ପକେ ବର୍ତ୍ତିଲେ ଯୁବକ ଆକ୍ରମଣ କାରୀମାନଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଲେ ଲୋକେ । ତେବେ ଗତକାଲି ବିଳମ୍ବିତ ରାତରେ ମା'ଙ୍କ ଭସାଣି ଚାଲିଥିଲା ବେଳେ ସହରର ଡେଲି ମାର୍କେଟ ଟାଉନ ହାଇସ୍କୁଲ ନିକଟରେ ଠିକ ରାତି ପ୍ରାୟ ୧୦:୩୦ରେ ଜଣେ ଯୁବକଙ୍କୁ ଛୁରା ମାଡ଼ କରିଛନ୍ତି ୩ ଜଣ ଦୁର୍ବୁତ୍ତ ।
ତେବେ ଛୁରା ମାଡ଼ର ଶିକାର ହୋଇଥିବା ଯୁବକ ଜଣକ ହେଲେ ରାଉରକେଲା ଡେଲି ମାର୍କେଟ ଜନତା ନିବାସ ସାହିର ସାହିଲ ସିଂହ ଓରଫ୍ ଲାଲା । ତେବେ ସାହିଲର ଶରୀରରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ଛୁରା ମାଡ଼ର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।ତେବେ ୩ ଜଣ ଦୁର୍ବୁତ୍ତ ଆସି ହଠାତ ଯୁବକଙ୍କୁ ଆକ୍ରମଣ କରିଥିଲେ ।ଫଲରେ ସେଠାରେ ଉପସ୍ଥିତ ଥିବା ଲୋକେ ସେମାନଙ୍କୁ କାବୁ କରି ନିର୍ଧୁୁମ ମାଡ ମାରିଥିଲେ । ଏହାପରେ ପ୍ଲାଣ୍ଟ ସାଇଡ଼ ପୋଲିସକୁ ଲୋକେ ଖବର ଦେଇଥିଲେ । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆକ୍ରମଣକାରୀକୁ ଉଦ୍ଧାର କରିଥିଲା ପୋଲିସ । ଘଟଣାସ୍ଥଳରୁ ୨ ଜଣକୁ ଗିରଫ କରିଛି ପୁଲିସ । ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବର୍ତ୍ତମାନ ଫେରାର ଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ....କୁନ୍ଦୁଲି ଦଶହରା ପଡିଆରେ ଡବଲ ମର୍ଡର, ପୋଲିସର ତଦନ୍ତ ଜାରି
ଇଟିଭି ଭାରତ, ରାଉରକେଲା