Haridwar: ନିଶା ଖାଇ ଉପଦ୍ରବ କରିବା ହୋଲିର ସଂସ୍କୃତି ନୁହେଁ: ବାବା ରାମଦେବ

By

Published : Mar 8, 2023, 7:54 PM IST

thumbnail

ହରିଦ୍ବାର: ପତଞ୍ଜଳୀ ପୀଠ ହରିଦ୍ବାର ପକ୍ଷରୁ ଆୟୋଜିତ ହୋଇଛି ହୋଲି ଉତ୍ସବ । ଯୋଗଗୁରୁ ବାବା ରାମଦେବ ଏଥିରେ ସାମିଲ ହୋଇ, ଅବିର ସହ ରଙ୍ଗବେରଙ୍ଗ ଫୁଲର ହୋଲି ଖେଳିଛନ୍ତି । ବାବା ରାମଦେବଙ୍କ ସହ ସାଧୁ ସନ୍ଥ ସନ୍ୟାସିନୀମାନେ ସାମିଲ ହୋଇଥିଲେ । ଗଙ୍ଗାକୂଳରେ ଆୟୋଜିତ ହୋଲି ଉତ୍ସବରେ ହୋଲି ଉତ୍ସବ ପାଳନ କରିବା ସହ ବାବା ରାମଦେବ ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଦେଇଛନ୍ତି । ଏହି ଅବସରରେ ବାବ ରାମଦେବ କହିଛନ୍ତି ଭାରତ ବର୍ଷ ହେଉଛି ଏକ ତପଭୂମି ପୁଣ୍ୟଭୂମି । ଏହି ଭୂମି ହେଉଛି ମହାନ । ଏହାର ସଂସ୍କୃତ ପର୍ବପର୍ବାଣୀର ତୁଳନା ନାହିଁ । ହୋଲି ହେଉଛି ସନତନା ସଂସ୍କୃତର ଆସ୍ଥା । ହୋଲି ହେଉଛି ଭାଇଚାରା, କଳା, ସଂସ୍କୃତି ଓ  ସଦଭାବନରା ପର୍ବ । ହୋଲିରେ କିଛି ଲୋକ ଭାଙ୍ଗ ଖାଇ ପର୍ବକୁ କଦର୍ଯ୍ୟ କରିଥାନ୍ତି । ଏହା କରିବା ଅନୁଚିତ। ମୁଁ ସେମାନଙ୍କୁ ଅପିଲ କରିବି ଏହି ପର୍ବରେ ନିଶା ଦ୍ରବ୍ୟ ତ୍ୟାଗ କରି ଶାନ୍ତି, ମୈତ୍ରୀ, ଭାଇଚାରା ବାଣ୍ଟନ୍ତୁ ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.