thumbnail

By ETV Bharat Odisha Team

Published : Oct 14, 2023, 10:28 AM IST

ETV Bharat / Videos

World Cup 2023: ଆଜି ଭାରତ-ପାକିସ୍ତାନ ମୁକାବିଲା, ମ୍ୟାଚକୁ ନେଇ ଉତ୍ସାହୀ କ୍ରୀଡ଼ାପ୍ରେମୀ

ରାଉରକେଲା: ଆଜି ବିଶ୍ବକପରେ ରହିଛି ଜବରଦସ୍ତ ଫାଇଟ୍ । ଚିର ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ କଡା ମୁକାବିଲା ହେବ । ଏହି ମ୍ୟାଚକୁ ନେଇ ଉତ୍ସାହୀ ପ୍ରତିଟି କ୍ରୀଡାପ୍ରେମୀ । ଆଜିର ମ୍ୟାଚରେ ଭାରତୀୟ ଦଳ ବିଜୟୀ ହେବା ନେଇ ସମସ୍ତଙ୍କ ଆଶା । କୁନି କୁନି କ୍ରିକେଟ ପ୍ରେମୀ ଠାରୁ ଆରମ୍ଭ କରି ଯୁବ ଏବଂ ବରିଷ୍ଠ ସମସ୍ତେ ଆଜିର ଏହି ମହା ମୁକାବିଲାକୁ ଚାହିଁ ବସିଛନ୍ତି । ରାଉରକେଲାର କ୍ରୀଡା ପ୍ରେମୀ ଆଜିର ମ୍ୟାଚରେ ରୋହିତ ଶର୍ମା, ବିରାଟ କୋହଲି, କୁଲଦୀପ ଯାଦବ ଓ ବୁମରା ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛନ୍ତି । ସେହିପରି ଆଜିର ମ୍ୟାଚରେ ଯଦି ଭାରତ 350 ରନ ସ୍କୋର କରେ ତେବେ ପାକିସ୍ତାନକୁ ହରାଇ ପାରିବ ବୋଲି କହିଛନ୍ତି ଜଣେ ଯୁବ କ୍ରିକେଟ ପ୍ରେମୀ ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ମ୍ୟାଚ ପୂର୍ବରୁ ଗୁଜୁରାଟୀ ଖାଦ୍ୟର ମଜା ନେଲେ ପାକିସ୍ତାନ ଖେଳାଳି

ଏଥିସହ ଭାରତ ପାକିସ୍ତାନ ବିପକ୍ଷରେ ଆଜି ଦମଦାର ପ୍ରଦର୍ଶନ କରିବ ବୋଲି କହିଛନ୍ତି କ୍ରିକେଟ ପ୍ରଶଂସକ । ଭାରତ ପାକିସ୍ତାନ ହାଇପ୍ରୋଫାଇଲ କ୍ରିକେଟ ମ୍ୟାଚକୁ ନେଇ ବିଶ୍ବବ୍ୟାପୀ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । 1 ଲକ୍ଷ 32 ହଜାର ଦର୍ଶକ କ୍ଷମତା ବିଶିଷ୍ଟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଉ କିଛି ସମୟ ପରେ ବ୍ଲୁ ଜର୍ସି ପିନ୍ଧି ପଡିଆରେ ଛାଇଯିବେ ଭାରତୀୟ ଖେଳାଳି । ଭାରତୀୟ କ୍ରିକେଟରଙ୍କ ଛକା ଚୌକାରେ କମ୍ପିବ ଷ୍ଟାଡିୟମ । ବନ୍ଦେ ମାତରମରେ ଗୁଞ୍ଜରିତ ହେବ ନରେନ୍ଦ୍ର ମୋଦି ଷ୍ଟାଡିୟମ । 

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.