thumbnail

By

Published : Jun 16, 2023, 9:57 PM IST

ETV Bharat / Videos

WATCH VIDEO: ମହିଳାଙ୍କ ହାଇ ଭୋଲ୍ଟେଜ ଡ୍ରାମା, ଥାନା ବାହାରେ ଉଡେଇଲେ 500 ଟଙ୍କିଆ ନୋଟ

ଭୋପାଳ: 'ମୋଦି ଶିବରାଜଙ୍କ ନିକଟରେ ହାତ ଯୋଡ଼ିବି ନାହିଁ, ପୋଲିସକୁ କାର୍ଯ୍ୟାନୁଷ୍ଠାନ ଲାଗି କେତେ ଟଙ୍କା ଦରକାର ?' ଏପରି କହି ଥାନା ସମ୍ମୁଖରେ 500 ଟଙ୍କିଆ ନୋଟ ଉଡାଇଲେ ମହିଳା । ମଧ୍ୟପ୍ରଦେଶ କେଣ୍ଟ ଥାନା ବାହାରେ ମହିଳାଙ୍କ ଏହି ହାଇ ଭୋଲ୍ଟେଜ ଡ୍ରାମା ଦେଖି ଅଟକିଲା ଅନେକ ଯାନ । ଏହି ମହିଳାଙ୍କ ନାମ ଶାନ୍ତି ଦେବୀ ବୋଲି ଜଣାପଡ଼ିଛି । ସେ ଲୋଠ ଅଞ୍ଚଳର ଅଧିବାସୀ । ମହିଳା ପ୍ରଥମେ ହାତରେ ଠେଙ୍ଗା ଧରି ଡ୍ରାମା କରିବା ପରେ ପର୍ସରୁ 500 ଟଙ୍କିଆ ନୋଟ କାଢି ରାସ୍ତାରେ ଉଡ଼ାଇଥିଲେ । ମହିଳାଙ୍କ ଅଭିୟୋଗ ଅନୁସାରେ ତାଙ୍କର ଏକ କେସ ଗତ 4 ବର୍ଷ ଧରି ଥାନାରେ ରହିଥିବା ବେଳେ ଏଯାବତ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ପୋଲିସ କେବଳ ଧନୀ ଲୋକଙ୍କ କଥା ଶୁଣେ, ଗରିବଙ୍କ କଥା ଶୁଣେନାହିଁ । ପୋଲିସ ବିନା ଅର୍ଥର କୌଣସି କାମ କରେ ନାହିଁ ବୋଲି ସେ ଅଭିଯୋଗ କରିଥିଲେ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.