ଶୁଣିଲେନି ଥାନା ବାବୁ; ବ୍ରିଜରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ - ଭାର୍ଗବୀ ନଦୀ ବ୍ରିଜରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

🎬 Watch Now: Feature Video

thumbnail

By

Published : Jul 21, 2023, 3:03 PM IST

ପୁରୀ: ଥାନାରୁ ନ୍ୟାୟ ନ ମିଳିବାରୁ ବ୍ରିଜ ଉପରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା । ଏଭଳି ଅଭାବନୀୟ ଘଟଣା ଘଟିଛି ବଳଙ୍ଗା ଥାନା ଅନ୍ତର୍ଗତ ଭାର୍ଗବୀ ନଦୀ ବ୍ରିଜରେ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ନଦୀକୁ ଯାଇ ମହିଳାଙ୍କୁ ଉଦ୍ଧାର କରିଥିବାରୁ ତାଙ୍କର ଜୀବନ ବଞ୍ଚିଯାଇଛି  । ପାରିବାରିକ ବିବାଦକୁ କେନ୍ଦ୍ରକରି ମହିଳା ଜଣକ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି । ତେବେ ଜଣେ ମହିଳାଙ୍କୁ ନ୍ୟାୟ ଦେବାରେ ବଳଙ୍ଗା ପୋଲିସର ଅବହେଳାକୁ ସ୍ଥାନୀୟ ଲୋକେ ସମାଲୋଚନା କରିଛନ୍ତି  ।

ଅଭିଯୋଗ ଅନୁଯାୟୀ, ପିପିଲି ଥାନା ପିପିଲି ଶାସନର ସୀମା(ଛଦ୍ମନାମ) ବଳଙ୍ଗା ଥାନା ପାର୍ବତୀପୁରର ସୁଧାଂଶୁ ପ୍ରଧାନଙ୍କୁ ବିବାହ କରିଥିଲେ । ବିଭିନ୍ନ ପ୍ରସଙ୍ଗକୁ ନେଇ ସୀମାଙ୍କୁ ତାଙ୍କ ଶାଶୁଘର ଲୋକେ ନିର୍ଯାତନା ଦେଉଥିଲେ । ତାଙ୍କ ସ୍ଵାମୀ ଭୁବନେଶ୍ବରରେ କାର୍ଯ୍ୟ କରୁଥିବା ବେଳେ ଶାଶୁ, ଦିଅର, ଜାଆ ସବୁବେଳେ ମାରପିଟ୍ ଓ ଗାଳିଗୁଲଜ କରୁଥିଲେ । ନିର୍ଯାତନା ଅସହ୍ୟ ହେବାରୁ ସୀମା ତାଙ୍କ ବାପଘରକୁ ପଳାଇ ଆସିଥିଲେ  । ଦୀର୍ଘ ଦିନ ପରେ ଗତକାଲି(ଗୁରୁବାର) ସେ ଶାଶୁଘରକୁ ଯାଇଥିଲେ । ହେଲେ ଶାଶୁ, ଦିଅର ତାଙ୍କୁ ମାଡ ମାରି ଘରୁ ତଡ଼ି ଦେଇଥିଲେ । ଏହାପରେ ନ୍ୟାୟ ପାଇଁ ବଳଙ୍ଗା ଥାନାରେ ପହଞ୍ଚିଥିଲେ ସୀମା । କିନ୍ତୁ ଥାନା ଅଧିକାରୀ ତାଙ୍କ ଅଭିଯୋଗ ଶୁଣିନଥିଲେ । ଫଳରେ ନ୍ୟାୟ ନ ପାଇ ନିରାଶ ହୋଇ ସେ ନିକଟରେ ଥିବା ଭାର୍ଗବୀ ନଦୀ ବ୍ରିଜରୁ ଡେଇଁ ପଡିଥିଲେ ।  

ଏହାମଧ୍ୟ ପଢନ୍ତୁ: ଝିଅ ଅଜାତିରେ ବାହା ହେବାରୁ ମାଆର ମୃତଦେହକୁ ମିଳିଲାନି କାନ୍ଧ

ଏହାଦେଖି ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ଅବିଳମ୍ବେ ନଦୀକୁ ଯାଇ ସୀମାଙ୍କୁ ଉଦ୍ଧାର କରିଥଲେ । ଖବର ପାଇ ସୀମାଙ୍କ ସ୍ବାମୀ ସୁଧାଂଶୁ ଘଟଣାସ୍ଥଳରେ ପହଞ୍ଚି ପତ୍ନୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ତେବେ ସ୍ବାମୀ ସୀମାଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ । ପରିବାରରେ ବିଭିନ୍ନ ଘଟଣାକୁ ନେଇ ଅଶାନ୍ତି ଲାଗି ରହିଥିଲା । ଏଥିପାଇଁ ତାଙ୍କ ପତ୍ନୀ ଅବୁଝା ହୋଇ ଏଭଳି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ସ୍ବାମୀ କହିଛନ୍ତି । ସେ ଯାହାବି ହୋଇଥାଉ ନା କାହିଁକି ପୋଲିସ ଏହାର ତଦନ୍ତ କରି ମହିଳାଙ୍କୁ ନ୍ୟାୟ ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.