ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, କାଲି କରିବେ ଜଗା ଦର୍ଶନ

By

Published : Mar 21, 2023, 12:39 PM IST

Updated : Mar 21, 2023, 12:58 PM IST

thumbnail

ପୁରୀ: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅପରାହ୍ନରେ ସେ ପୁରୀରେ ପହଞ୍ଚି ରାତ୍ରି ଯାପନ କରିବେ । ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ତେବେ ମମତାଙ୍କ କୌଳିକ ପଣ୍ଡା ରାମକୃଷ୍ଣ ଦାସ ମହାପାତ୍ରଙ୍କ ସୁଚନା ଅନୁଯାୟୀ ଆସନ୍ତାକାଲି ଦିନ 3ଟାରୁ 4ଟା ଭିତରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଟିଏମ୍‌ସି ସୁପ୍ରିମୋ । ବିଭିନ୍ନ ଦେବାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ପରେ ତାଙ୍କର ମାନସିକ ପୁଜା ଅନୁଷ୍ଠିତ ହେବ । ପରେ ନୀଳଚକ୍ରରେ ବାନା ଲାଗି ହେବ । ଏହାପରେ ବ୍ରାହ୍ମଣ ଭୋଜନ ଅନୁଷ୍ଠିତ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହା ପ୍ରସାଦ ସେବନ କରିବେ । ସେହିପରି 23 ତାରିଖରେ ସେ ଭୁବନେଶ୍ବର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ।  

ତେବେ ପୁରୀ ଗସ୍ତ ବେଳେ ବଳିଆ ପଣ୍ଡାରେ ପଶ୍ଚିମ ବଙ୍ଗ ସରକାରଙ୍କ ପକ୍ଷରୁ ହେବାକୁ ଥିବା ଏକ ଗେଷ୍ଟ ହାଉସ୍ ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆସନ୍ତାକାଲି ଶ୍ରୀ ମନ୍ଦିର ସିଂହଦ୍ଵାର ନିକଟ ରେ ସ୍ଵାଗତ କରାଯିବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ଦୀର୍ଘାୟୁ ଜୀବନ ଏବଂ ତାଙ୍କର ଉତ୍ତରୋତ୍ତର ଉନ୍ନତି ପାଇଁ ମହାପ୍ରଭୁଙ୍କ ନିକଟରେ ସ୍ଵତନ୍ତ୍ର ପୂଜା ହେବ ବୋଲି କୌଳିକ ପଣ୍ଡା ରାମକୃଷ୍ଣ ଦାସ ମହାପାତ୍ର ସୁଚନା ଦେଇଛନ୍ତି । ଅନ୍ୟପଟେ ପୁରୀରେ ଆଜି ସନ୍ଧ୍ୟାରେ ମମତା ବାନାର୍ଜୀ ପହଞ୍ଚି ନିର୍ମାଣ ନିବାସରେ ଅବସ୍ଥାନ କରିବେ । ପ୍ରକାଶ ଥାଉକି, 2020 ମସିହା ଫେବୃଆରୀ 26 ତାରିଖରେ ଶେଷ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁରୀ ଆସିଥିଲେ।  

ଇଟିଭି ଭାରତ, ପୁରୀ 

Last Updated : Mar 21, 2023, 12:58 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.