ହସ୍ପିଟାଲରେ ଭର୍ତ୍ତି ହେଲେ ଦିଦି, ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା ହେଲିକପ୍ଟର

By

Published : Jun 27, 2023, 6:20 PM IST

thumbnail

କୋଲକାତା: ହସ୍ପିଟାଲରେ ଭର୍ତ୍ତି ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଅପରାହ୍ନରେ ତାଙ୍କ ହେଲିକପ୍ଟର ପ୍ରବଳ ବର୍ଷା କାରଣରୁ ସିଲିଗୁଡି ନିକଟରେ ଏକ ଆର୍ମି ଏୟାରବେସରେ ଜରୁରୀ ଅବତରଣ କରିଥିଲା । ସେ ଅସୁସ୍ଥ କିମ୍ବା ଆହତ ହୋଇଥିବା ସୂଚନା ନାହିଁ । କୋଲକାତାରେ ପହଞ୍ଚିବା ପରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ SSKM ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପ୍ରବଳ ବର୍ଷା କାରଣରୁ ସିଲିଗୁଡି ନିକଟବର୍ତ୍ତୀ ସେବୋକ ଏୟାରବେସରେ ମମତାଙ୍କ ହେଲିକପ୍ଟରଟି ଜରୁରୀ ଅବତଚରଣ କରିଥିଲା । ଜଲପାଇଗୁଡିରେ ମମତା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପରେ ବାଗଡୋଗରା ଅଭିମୁଖେ ହେଲିକପ୍ଟରରେ ଯାତ୍ରା କରିଥିଲେ । ବୈକୁଣ୍ଠପୁର ଜଙ୍ଗଲି କ୍ଷେତ୍ର ଉପରେ ଉଡୁଥିବା ବେଳେ ପ୍ରତିକୂଳ ପାଗ ଓ ପ୍ରବଳ ବର୍ଷା କାରଣରୁ ହେଲିକପ୍ଟରରୁ ଜରୁରୀ ଅବତରଣ କରିବାକୁ ପଡିଥିଲା । ସେବୋକ ସ୍ଥିତ ଭାରତୀୟ ସେନାର ଏୟାରବେସରେ ହେଲିକପ୍ଟରଟି ସୁରକ୍ଷିତ ଅବତରଣ କରିଥିଲା । ସେଠାରୁ ସେ କୋଲକାତାରେ ପହଞ୍ଚିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.