ବର୍ଷାରେ ବେହାଲ ସିଲଭର ସିଟି: ବୁଡିଲା ରାସ୍ତା, ଘରେ ପଶିଲା ପାଣି

By

Published : Jul 31, 2023, 8:40 PM IST

Updated : Jul 31, 2023, 8:49 PM IST

thumbnail

କଟକ: ପ୍ରବଳ ବର୍ଷା ଯୋଗୁ ସିଲଭର ସିଟି କଟକର ସ୍ଥିତି ସଙ୍ଗୀନ ହୋଇଛି । ଲଗାଣ ବର୍ଷାରେ କଟକ ସହରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଟ୍ବିନସିଟିରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବାବେଳେ କଟକ ସହରରେ ବିଭିନ୍ନ ସ୍ଥାନ ଜଳବନ୍ଦୀ ରହିଛି । ତେବେ ସହରର ତଳି ଅଞ୍ଚଳରେ ବର୍ଷା ପାଣି ଜମା ହୋଇଥିବା ଦେଖିବାକୁ ମିଳିଛି । କେତେକ ସ୍ଥାନରେ ଘରେ ବର୍ଷା ପାଣି ପଶିବାରୁ ସମସ୍ତ ଆସବାବପତ୍ର ବୁଡ଼ି ରହିଥିବା ଦେଖିବାକୁ ମିଳିଛି। 

ଏହା ବି ପଢନ୍ତୁ...ଅସରାଏ ବର୍ଷାରେ ବେହାଲ ଭୁବନେଶ୍ୱର; ରାସ୍ତାରେ ଆଣ୍ଠୁଏ ପାଣି, ବୁଡ଼ିଲା ଗାଡ଼ି

ସୂଚନା ଅନୁସାରେ, କାଠଗଡା ସାହି, ମେରିଆ ବଜାର ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିଛି । ସେପଟେ ବର୍ଷା ଜଳ ନିଷ୍କାସନ ପାଇଁ ସହରର ବିଭିନ୍ନ ସ୍ଥାନରେ ଭଲଭୋ ପମ୍ପର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।  ଏନେଇ  ସିଏମସି କର୍ତ୍ତୃପକ୍ଷ କହିଛନ୍ତି, "ବର୍ଷା କମିବା ପରେ ଜଳ ନିଷ୍କାସନର ବ୍ଯବସ୍ଥା କରାଯାଇଛି। ସହରରେ ବିଭିନ୍ନ ଜାଗାରେ ଜମି ରହିଥିବା ପାଣି ଧୀରେ ଧୀରେ କମୁଛି ।

ଇଟିଭି ଭାରତ, କଟକ

Last Updated : Jul 31, 2023, 8:49 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.