ବର୍ଷାରେ ବେହାଲ ଭଦ୍ରକ, ଅନେକ ସ୍ଥାନ ଜଳବନ୍ଦୀ

By

Published : Aug 11, 2022, 8:02 PM IST

Updated : Feb 3, 2023, 8:26 PM IST

thumbnail
ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଭଦ୍ରକ । ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି ରହିଥିବାରୁ ଜିଲ୍ଲାର ଅନେକ ସ୍ଥାନ ଜଳବନ୍ଦୀ । ଅବିଶ୍ରାନ୍ତ ବର୍ଷା ଯୋଗୁଁ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷା ଜଳ ଲହଡି ଭାଙ୍ଗୁଛି । ଚରମ୍ପା ସ୍ଥିତ ଆରସିବିଏଲ ସ୍କୁଲ ପରିସରରେ ବର୍ଷା ଜଳ ଜମି ରହିଥିବାରୁ, ସ୍କୁଲ ପରିସର ନଦୀର ଭ୍ରମ ସୃଷ୍ଟି କରିଛି । ଡ୍ରେନେଜ ସୁବିଧା ନଥବାରୁ, ବର୍ଷା ଜଳ ନିଷ୍କାସନ ହୋଇ ପାରୁନାହିଁ । ଫଳରେ ସ୍କୁଲ ପରିସରରେ ଏଭଳି ସମସ୍ୟା ଉପୁଜିଥିବା ଜଣାପଡିଛି । କେବଳ ସ୍କୁଲ ପରିସର ନୁହେଁ ଚରମ୍ପାର ବିଭିନ୍ନ ତଳି ଅଞ୍ଚଳରେ ରାସ୍ତା ଉପରେ ବର୍ଷା ଜଳ ଲହଡି ମାରୁଥିବାରୁ, ଜନଜୀବନ ବିଶେଷ ଭାବେ ପ୍ରଭାବିତ ହୋଇଛି ।
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.