ଲଗାଣ ବର୍ଷାରେ ଉବୁଟୁବୁ କଟକ, ଜାଇକା ଉପରେ ଦୋଷ ଲଦି ଖସୁଛି ସିଏମସି! - ଭଲବୋ ମୋଟର ବ୍ୟବସ୍ଥା

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 8, 2023, 6:20 PM IST

କଟକ: ଲଗାଣ ବର୍ଷାରେ ଜଳାର୍ଣ୍ଣବ ହୋଇଛି କଟକ ସହର । ଦୁଇଦିନ ହେବ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି କଟକବାସୀ । ଯଦିଓ ଆଜି ସେତେଟା ବର୍ଷା ହୋଇନାହିଁ କିନ୍ତୁ ଏପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ବର୍ଷା ଜଳ ଜମି ରହିଛି। ଆଗକୁ ଆହୁରି ବର୍ଷା ଥିବାରୁ ଏବେ ଭୟଭୀତ ସହରବାସୀ। ଗତ 2 ଦିନ ହେବ ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ଉପୁଜିଛି । କଟକ ସହରର ବାଦାମବାଡ଼ି, ଦୋଳମୁଣ୍ଡାଇ, ସାଆନ୍ତ ସାହି, କେଶର ପୁର, ପଟାପୋଲ, କାଠଗଡ଼ା ସାହି, ସୁତାହାଟ, ଓଡ଼ିଆ ବଜାର, ରାଉସା ପାଟଣା, ନିମ ସାହି, ଝୋଲା ସାହି ଭଳି ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି ।

ଏହା ବି ପଢନ୍ତୁ...ବକ୍ସ ଡ୍ରେନ ପାଇଁ କଟକ ଜଳବନ୍ଦୀ ! ମେୟର କହିଲେ ମୁତୟନ ରହିଛି ବ୍ୟାପକ ପମ୍ପ ସେଟ

ସଠିକ ଜଳ ନିଷ୍କାସନ ହେଉ ନଥିବାରୁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି । ଏହାର ସଫଳ ମୁକାବିଲା ପାଇଁ କୌଣସି ପ୍ରକାରର ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ କରିଛନ୍ତି କଟକ ବାସିନ୍ଦା । ସେପଟେ ସିଏମସି କମିଶନର ନିଖିଲ ପୱନ କଲ୍ୟାଣ କହିଛନ୍ତି, "ଜାଇକାର କାର୍ଯ୍ୟ ଜାରି ରହିଥିବା ହେତୁ ପାଣି ଛାଡ଼ିବା ବିଳମ୍ବ ହେଉଛି । ଏହାର ତୁରନ୍ତ ମୁକାବିଲା କରାଯିବା ପାଇଁ ବନ୍ଦୋବସ୍ତ କରାଯାଉଛି । ସହରରେ 250ଟି ଭଲବୋ ମୋଟରର ବ୍ୟବସ୍ଥା କରାଯାଇଛି । ଏସଆରସିଙ୍କ ନିର୍ଦ୍ଦେଶ ଅନୁସାରେ ଅଧିକ ପମ୍ପ ସେଟ୍ ଲଗାଯିବ।"

ଇଟିଭି ଭାରତ,କଟକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.