Watch: ବିଦାଈ ବେଳେ ଭାବବିହ୍ବଳ ହେଲେ ଅଭିନେତ୍ରୀ ସ୍ବରା ଭାସ୍କର

🎬 Watch Now: Feature Video

thumbnail

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର ହିନ୍ଦୁ ରୀତିନୀତି ଅନୁଯାୟୀ ରାଜନେତା ଫହାଦ ଅହମ୍ମଦଙ୍କୁ ବିବାହ କରିଛନ୍ତି । ସେ ଦିଲ୍ଲୀରେ ନିଜ ଅଜାଙ୍କ ଘରେ କିଛି ଘନିଷ୍ଠ ବନ୍ଧୁଙ୍କ ଗହଣରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ମାର୍ଚ୍ଚ ୧୬ ତାରିଖରେ ଉଭୟ ଏକ ଗ୍ରାଣ୍ଡ ରିସେପସନ ପାର୍ଟିର ମଧ୍ୟ ଆୟୋଜନ କରିଥିଲେ । ସ୍ବରା ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ନିଜ ବିବାହ ସମୟର ଫଟୋ ଓ ଭିଡିଓ ଲଗାତାର ଭାବେ ସେୟାର କରୁଛନ୍ତି । ତେବେ ବିବାହ ବେଳେ ସେ ବିଦାଈ ସମୟର ଏକ ଭିଡିଓ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଜଣେ ଝିଅ ପାଇଁ ସବୁଠୁ କଷ୍ଟକର ହୋଇଥାଏ ବାପ ଘର ଛାଡ଼ିବା । ଆଉ ସମାଜର ନୀତି ନିୟମ ଅନୁଯାୟୀ ଝିଅଟିଏ ବିବାହ ପରେ ନିଜ ପୈତୃକ ଘର ଛାଡି ଶାଶୁଘରକୁ ନିଜର କରିଥାଏ । ତେବେ ଏଠାରେ ସ୍ବରା ଯେତେବେଳେ ନିଜ ଘର ଛାଡୁଛନ୍ତି, ସେ ମଧ୍ୟ ଭାବବିହ୍ବଳ ହୋଇପଡ଼ିଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହାପରେ ସ୍ବରା ନିଜ ପରିବାର ବର୍ଗଙ୍କୁ ଆଲିଙ୍ଗନ କରିବା ପରେ ସ୍ବାମୀଙ୍କ ସହିତ ଶାଶୁ ଘର ଉତ୍ତରପ୍ରଦେଶର ବରେଲି ଜିଲ୍ଲା ଅଭିମୁଖେ ବାହାରିଥିବା ଦେଖିବାକୁ ମିଳିଛି ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.