Train Tragedy: ବଲାଙ୍ଗୀରରେ ସମୂହ ଦୀପଦାନ କଲେ ସ୍ବେଚ୍ଛାସେବୀ ଓ ସାଧାରଣ ଲୋକେ

By

Published : Jun 4, 2023, 2:13 PM IST

thumbnail

ବଲାଙ୍ଗୀର: ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣାକୁ ନେଇ ପୁରା ବିଶ୍ବ ସ୍ତବ୍ଧ । ଦୁର୍ଘଟଣାରେ 288 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 900ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ମୃତକଙ୍କ ଅମର ଆତ୍ମାର ସଦଗତି ପାଇଁ ବଲାଙ୍ଗୀରର ମାଆ ପାଟଣେଶ୍ୱରୀଙ୍କ ମନ୍ଦିରରେ ଦୀପଦାନ କରାଯାଇଛି । ଜନସାଧାରଣ ଓ ସ୍ବେଚ୍ଛସେବୀମାନେ ଦୀପଦାନ କରିଥିବା ବେଳେ କିଛି ସ୍ବେଚ୍ଛାସେବୀ ରକ୍ତ ଦାନ ପାଇଁ ଆଗକୁ ଆସି ରକ୍ତ ଦାନ ଶିବିର କରିଛନ୍ତି ।  ବିଙ୍ଗ୍‌ ହ୍ୟୁମେନ ସଂଗଠନର କର୍ମ କର୍ତ୍ତାମାନେ ଗତକାଲି ରକ୍ତଦାନ ଶିବିର କରି ସଂଗୃହିତ ରକ୍ତ କଟକ ପଠାଇଛନ୍ତି । ଯାହାଦ୍ୱାରା ଗୁରୁତର ଭାବରେ ଚିକିତ୍ସିତ ହେଉଥିବା ଲୋକଙ୍କ ଚିକିତ୍ସାରେ ଲାଗିବ । ସେହିପରି ଏହି ସଂଗଠନର 15 ଜଣ ସଦସ୍ୟ ଓ କିଛି ପାରା ମେଡ଼ିକାଲ ସଦସ୍ୟ ବାଲେଶ୍ୱର ଜିଲ୍ଲା ଅଭିମୁଖେ ବାହାରିଛନ୍ତି । ସେଠି ପୀଡିତ ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ  କରିବେ ବୋଲି ଜଣାପଡିଛି । ବଲାଙ୍ଗୀର ପୌରାଧକ୍ଷ୍ୟା ମଧ୍ୟ ଦୀପଦାନରେ ସାମିଲ ହୋଇଥିଲେ ।  

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.