Watch: ଦନ୍ତା ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ, ଆକ୍ରୋଶର ଶିକାର ହେଲେ ବନ କର୍ମଚାରୀ - ଥମୁନି ହାତୀ ଉପଦ୍ରବ
🎬 Watch Now: Feature Video


Published : Sep 14, 2023, 11:46 AM IST
|Updated : Sep 14, 2023, 12:10 PM IST
ରାଉରକେଲା: ଥମୁନି ହାତୀ ଉପଦ୍ରବ । ଜଙ୍ଗଲ ଛାଡ଼ି ଜନ ବସତି ମୁହାଁ ହେଉଛନ୍ତି ହାତୀ । ଗାଁରେ ପଶି ଏକର ଏକର ଫସଲ ସହ ଘର ନଷ୍ଟ କରୁଛନ୍ତି ହାତୀପଲ । ତେବେ ସୁନ୍ଦରଗଡ଼ ଜିଲ୍ଲାର ବଣାଇ ନିକଟରେ ଥିବା ତାଳ ବାହାଳି ଗାଁ ଦେଖିବାକୁ ମିଳିଛି ହାତୀ ଉପଦ୍ରବ । ୨ ଦନ୍ତାହତୀ ଗ୍ରାମରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗିଥିବା ବେଳେ ଏନେଇ ଆତଙ୍କିତ ଗ୍ରାମବାସୀ । ଏନେଇ ଗତକାଲି ହାତୀ ଘଉଡାଇବାକୁ ଯାଇଥିବା ବନ ବିଭାଗ କର୍ମଚାରୀମାନେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ । ହାତୀ ଉପଦ୍ରଵରେ ଅତିଷ୍ଠ ଗ୍ରାମବାସୀ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ତେବେ ଏନେଇ ବଣାଇ ବନ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲହୁଣୀପଡା ଥାନାରେ ଏତଲା ଦିଆଯାଇଥିବା ସୂଚନା ମିଳିଛି । ଏତଲା ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଏହା ମଧ୍ୟ ପଢନ୍ତୁ- ମାସେ ହେଲାଣି ଆତଙ୍କ ରଚୁଛି ଦନ୍ତା, ଭୟରେ ଗାଁ ଲୋକଙ୍କ ଆଖିରୁ ଉଡ଼ି ଯାଇଛି ନିଦ
ଇଟିଭି ଭାରତ, ରାଉରକେଲା