ଗୀତ ଗାଇ ଗୁହାରି କଲେ ଦୃଷ୍ଟିବାଧିତ ପ୍ରଫୁଲ୍ଲ, ଘର ପାଇଁ ପାଣ୍ଡିଆନ ଓ ପ୍ରଣବଙ୍କୁ ନିବେଦନ - blind man sang for help
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/28-08-2023/640-480-19375810-thumbnail-16x9-j-new.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Aug 28, 2023, 3:01 PM IST
|Updated : Aug 28, 2023, 5:38 PM IST
ଯାଜପୁର: ପୂର୍ବରୁ ଗୀତ ମାଧ୍ୟମରେ ସରକାରଙ୍କୁ ଗୁହାରି କରି ରଗଡିି଼ି ଅଞ୍ଚଳର ଦୃଷ୍ଟିବାଧିତ ବ୍ୟକ୍ତି ପ୍ରଫୁଲ ଦାସ ଘରବାଡି ପଟ୍ଟା ପାଇଥିଲେ l ଦୀର୍ଘ ବର୍ଷେ ପରେ ମଧ୍ୟ ଆବାସ ଯୋଜନାରେ ଘର ନମିଳିବାରୁ ପୁଣି ଗୀତ ମାଧ୍ୟମରେ 5ଟି ସଚିବ ଭିକେ ପାଣ୍ଡିଆନଙ୍କୁ ସେ ଗୁହାରି କରିଛନ୍ତି l ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି l ସୂଚନା ଅନୁସାରେ, କୋରେଇ ବ୍ଲକ ରଗଡି ଅଞ୍ଚଳରେ ଏକ ଝାଟିମାଟି ଘରେ ରୁହନ୍ତି ଦୃଷ୍ଟିବାଧିତ ବ୍ୟକ୍ତି ପ୍ରଫୁଲ୍ଲ ଦାସ ଓ ତାଙ୍କ ପରିବାର l
ଏହା ବି ପଢନ୍ତୁ...ଭଙ୍ଗା ଦଦରା ଘରେ ବିତୁଛି ଜୀବନ, ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀ
ତେବେ କିଛିଦିନ ତଳେ ଏହି ଭଳି ଜମି ପଟ୍ଟା ପାଇଁ ସରକାରଙ୍କୁ ଗୀତ ମାଧ୍ୟମରେ ଗୁହାରି କରିବାରୁ ବ୍ୟାସନଗର ତହସିଲ ପକ୍ଷରୁ ଏକ ଘର ବାଡ଼ି ପଟ୍ଟା ପ୍ରଦାନ କରାଯାଇଥିଲା l ତେବେ ଏହି ଘଟଣାକୁ ଅନେକ ଦିନ ବିତିଯାଇଥିଲେ ବି ପ୍ରଫୁଲ୍ଲଙ୍କୁ ଘର ମିଳିଲାନାହିଁ । ବ୍ଲକ ପ୍ରଶାସନ ପକ୍ଷରୁ ଏକ ଆବାସ ଘର ଦେବା ପାଇଁ ଘୋଷଣା ହେଇଥିଲେ ବି ପ୍ରଫୁଲ ଏଯାଏଁ ସରକାରଙ୍କ ତରଫରୁ ଘର ଖଣ୍ଡେ ପାଇନାହାନ୍ତି l ଯାହାକୁ ନେଇ ପୁଣିଥରେ ଦୃଷ୍ଟିବାଧିତ ବ୍ୟକ୍ତି ପ୍ରଫୁଲ୍ଲ ଏକ ଆବାସ ଘର ପାଇଁ 5ଟି ସଚିବ ଭି.କେ ପାଣ୍ଡିଆନ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଗୁହାରି କରିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲା ହେବାରେ ଲାଗିଛି ।
ଇଟିଭି ଭାରତ, ଯାଜପୁର