ବୃଦ୍ଧ ନାଉରିଆ ଶିଖାଇଲେ ପ୍ରି-ୱେଡିଂ ପୋଜ୍ - ଉତ୍ତର ଆନ୍ଧ୍ରର ଏକ ଦମ୍ପତି
🎬 Watch Now: Feature Video
ହାଇଦ୍ରାବାଦ: ପ୍ରତ୍ୟେକ ମଣିଷ ପାଇଁ ବିବାହ ତାର ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ । ବିବାହର ପ୍ରତ୍ୟେକଟି ରୀତିନୀତିକୁ ସେ ବେଶ ଆନନ୍ଦର ସହ ପାଳନ କରିଥାଏ । ବିବାହର ରୀତିନୀତିରେ ହଳଦୀ, ମେହେନ୍ଦି ପରି ଆଜିକାଲି ପ୍ରି-ୱେଡିଂ ଫଟୋ ସୁଟିଂ ଟ୍ରଣ୍ଡ ପାଲଟି ଯାଉଛି । ବିବାହର ପୂର୍ବରୁ ଫଟୋ ସୁଟିଂ କରି ସେହି ସୁନ୍ଦର ମୁହୂର୍ତ୍ତକୁ କ୍ୟାମେରା ମାଧ୍ୟମରେ କଏଦ କରି ରଖିବାକୁ ସମସ୍ତେ ଚାହନ୍ତିଁ । ତେବେ ସୋସିଆଲ ମିଡିଆରେ ପ୍ରି-ୱେଡିଂ ଫଟୋ ସୁଟିଂକୁ ନେଇ ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି ।
ଏହୁ ଭୁଡିଓ ଟି ଉତ୍ତର ଆନ୍ଧ୍ରର ଏକ ଦମ୍ପତିଙ୍କର । ଦମ୍ପତି ଚାହୁଁଥିଲେ ଯେ ସେମାନଙ୍କର ବିବାହ ପ୍ରି-ୱେଡିଂ ଫଟୋ ସୁଟିଂ ବିଶେଷ ଅନ୍ୟମାନଙ୍କଠାରୁ ଭିନ୍ନ ହେଉ । ଦମ୍ପତି ଜଣଙ୍କ ପ୍ରି-ୱେଡିଂ ସୁଟିଂ ପାଇଁ ଚିନ୍ନାପତି ନଦୀ ବାଛିବା ଥିଲେ । କିନ୍ତୁ ଏହି ବିବାହର ସୁଟିଂ ଦମ୍ପତିଙ୍କ ପାଇଁ ଏକ ଅଭୂତପୂର୍ବ ଅନୁଭୂତି ଥିଲା । ସାଧାରଣତ ଏକ ଫଟୋ ସୁଟ୍ ଅର୍ଥ ହେଉଛି ଯଦି କ୍ୟାମେରାମ୍ୟାନ୍ ପୋଜ୍ କରିବାକୁ କୁହନ୍ତି ଏବଂ ବିଭିନ୍ନ ବିଷୟରେ ଟିପ୍ସ ଦିଅନ୍ତି । ଉଭୟ ବର ଏବଂ କନ୍ୟା ଚୁପ୍ କ୍ୟାମେରାମ୍ୟାନ୍ କହିବା ଅନୁଯାୟୀ ପୋଜ୍ ଦେଇଥାନ୍ତି । କିନ୍ତୁ ଚିନ୍ନାପତି ନଦୀକୁ ଆସିଥିବା ଦମ୍ପତିଙ୍କର ଏକ ଅନୁଭୂତି ଅଦ୍ଭୁତ ଥିଲା ।
ପ୍ରି-ୱେଡିଂ ଫଟୋ ଗୁଡ଼ିକ ନିଆଯାଇଥିଲା, କିନ୍ତୁ ଆପଣ ଜାଣନ୍ତି କି କାହା ନିର୍ଦ୍ଦେଶରେ ନିଆଯାଇଥିଲା? ପ୍ରି-ୱେଡିଂ ଫଟୋ କ୍ୟାମେରାମ୍ୟାନ୍ କହିବା ଅନୁଯାୟୀ ପୋଜ୍ ରେ ନୁହେଁ ବରଂ ଡଙ୍ଗା ଚଳାଉଥିବା ନାଉରିଆଙ୍କ ନିର୍ଦ୍ଦେଶ ଅନୁସରଣ କରି ନିଆଯାଇଥିଲା । ଦମ୍ପତିଙ୍କ ପ୍ରି-ୱେଡିଂ ସୁଟିଂ ପାଇଁ ପୋଜ୍ କହୁଥିବା ବ୍ୟକ୍ତିଙ୍କୁ ପଚାଶ ବର୍ଷ ବୟସ ହୋଇଥିବା ସୂଚନା ରହୁଛି ।
ଉଭୟ ଦମ୍ପତି ଡଙ୍ଗା ଚଳାଉଥିବା ନାଉରିଆଙ୍କ କହିବା ଅନୁଯାୟୀ ପୋଜ କରିଥିଲେ । ଅନ୍ୟପକ୍ଷରେ, କ୍ୟାମେରାମ୍ୟାନ ଏସବୁ ଦେଖି ସେ ଜଣେ ବୃଦ୍ଧ କାର୍ଯ୍ୟକୁ ତୁରନ୍ତ ନିଜ କ୍ୟାମେରାରେ କଏଦ କରିଥିଲେ । ତେବେ ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ଦେଖୁଥୁବା ପ୍ରତ୍ୟେକ ୟୁଜର ବୃଦ୍ଧ ଜଣଙ୍କୁ ବେଖ ପ୍ରଶଂସା କରୁଥିବା ଦେଖିବାକୁ ମୁଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ