thumbnail

By

Published : Aug 17, 2023, 1:34 PM IST

ETV Bharat / Videos

Watch: ରାସ୍ତା ସଫା ବେଳେ ଉପରୁ ଖସିଲା ପଥର, ଖାଇକୁ ଓଲଟିଲା ଜେସିବି

ଡେରାଡୁନ: ଲଗାଣ ବର୍ଷା, ଭୂସ୍ଖଳନରେ ବେହାଲ ହୋଇପଡିଛି ଦେବଭୂମି ଉତ୍ତରାଖଣ୍ଡ । ଭୂସ୍ଖଳନ ଯୋଗୁଁ ଅନେକ ଜାଗାରେ ବଡ ବଡ ଅଘଟଣ ଘଟିବା ସହ ଘରଦ୍ବାର ମାଟିରେ ମିଶିଯାଉଛି । ଏସବୁ ଭିତରେ ରାଜ୍ୟର ପିଥୋରଗଡ ଜିଲ୍ଲାରୁ ଛାତି ଥରାଇବା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳୁଛି, ପାହାଡରୁ ବଡ ବଡ ପଥର ଖଣ୍ଡ ଖସି ରାସ୍ତାରେ ଅଜାଡି ହୋଇପଡୁଛି । ଗୋଟିଏ ଜେସିବି ମେସିନ ଉପରେ ପଥର ଖସିବାରୁ ଗାଡି ଯାଇ ସିଧା ଏକ ଖାଇ ମଧ୍ୟକୁ ଓଲଟି ପଡୁଛି । ଏହି ଘଟଣା ପିଥୋରଗଡ ଜିଲ୍ଲାର ଧାରଚୁଲା ଅଞ୍ଚଳର ବୋଲି କୁହାଯାଉଛି । ଯାହା ସୂଚନା ମିଳିଛି, ଉକ୍ତ ଜେସିବିଟି ରାସ୍ତା ସଫେଇ କାର୍ଯ୍ୟରେ ଲାଗିଥିଲା । ଏତିକି ବେଳେ ପାହଡରୁ ବଡ ବଡ ପଥର ଖସି ଏହା ଉପରେ ପଡିଥିଲା । ଫଳରେ ଜେସିବି ମେସିନ ସେଠାରେ ଥିବା ଏକ ଖାଇକୁ ଖସି ପଡିଥିଲା । ଏଥିରେ କେହି ମୃତାହତ ହୋଇଥିବାର ସୂଚନା ନାହିଁ । ତେବେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପାହାଡରେ ଭୂସ୍ଖଳନ ହେଉଛି । ଏଥିପାଇଁ ପୂର୍ବରୁ ମଧ୍ୟ ଅନେକ ବଡ ବଡ ଅଘଟଣ ଘଟିସାରିଛି  ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.