ସାରୁଅ ଜମିହଡପ ମାମଲା, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସାରୁଅବାସୀ - ପ୍ରତାପ ଚନ୍ଦ୍ର ବେଉରା ଅତିରିକ୍ତ ଜିଲ୍ଲାପାଳ ଖୋର୍ଦ୍ଧା

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 19, 2023, 9:22 PM IST

ଖୋର୍ଦ୍ଧା: ସାରୁଅ ଜମି ହଡପ ମାମଲାରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ ସାରୁଅ ଅଞ୍ଚଳର ଗରିବ ଦଳିତ ଲୋକମାନଙ୍କ ସ୍ଵଳ୍ପ ଜମିକୁ ଏକ ଘରୋଇ ସଂସ୍ଥା ଚଞ୍ଚକତା କରି କମ ଦାମରେ ହଡ଼ପ କରି ନେଇଥିବା ଅଭିଯୋଗରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଶହ ଶହ ସ୍ଥାନୀୟ ବାସିନ୍ଦା । ଏହି ଜମିକୁ ପ୍ରଥମେ ରବୀନ୍ଦ୍ର ସେଠୀ ନାମରେ କିଣି ପରେ ଚଞ୍ଚକତାର ସହିତ ଉକ୍ତ ସଂସ୍ଥା ନିଜ ନାମରେ କରାଇ ନେଇଥିବା ଅଭିଯୋଗ ହୋଇଛି  । 

ସୂଚନା ଥାଉକି ଏହି ସଂସ୍ଥା ବିଭିନ୍ନ ସମୟରେ ଦଳିତ ଜାତିର କିଛି ଲୋକଙ୍କୁ ପ୍ରୋଲୋଭିତ ଦେଖାଇ ଭବିଷ୍ୟତରେ ଚାକିରି ଦେବାକୁ କହି, ସେମାନଙ୍କ ଜରିଆରେ ଦଳିତ ମାନଙ୍କ ଜମି ହଡପ କରିନେଇଥିବା ସାଙ୍ଘାତିକ ଅଭିଯୋଗ କରିଛନ୍ତି । ଏନେଇ ଆଜି ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।ଏଭଳି ଚଞ୍ଚକତା ସମ୍ପର୍କରେ ପୂର୍ବରୁ ୨୦୨୦ ମସିହାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା ଏବଂ ଏଡିଏମ ଖୋର୍ଦ୍ଧାଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । 

ଏହା ମଧ୍ୟ ପଢନ୍ତୁ....ଓପିଟିସିଏଲ ଟେକ ଟାୱାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସେହିପରି ତଦନ୍ତ ପରେ ଏଡିଏମ ଖୋର୍ଦ୍ଧା ଦେଇଥିବା ରିପୋର୍ଟର ଗୁରୁତ୍ଵ ଉପଲବ୍ଧ କରି ଏହାର ତଦନ୍ତ ନିମନ୍ତେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ଦେଇଥିଲେ । ଅର୍ଥନୈତିକ ଅପରାଧ ଶାଖା ଦ୍ଵାରା ତଦନ୍ତ ସମୟରେ ଏହି ସଂସ୍ଥାର କର୍ମଚାରୀମାନଙ୍କୁ ଜେରା କରିଥିଲେ । ପରେ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଓ ଏଜେଣ୍ଟ ଶିବ ପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରି ଜେଲ ପଠାଇଥିଲେ । ହେଲେ ବର୍ତ୍ତମାନ ପୁନର୍ବାର ଜିଲ୍ଲାପାଳଙ୍କୁ ଭେଟି ଉକ୍ତ ସଂସ୍ଥା ବିରୁଦ୍ଧରେ ଅଭିଯୋଗ କରିଛନ୍ତି ଏବଂ ହଡ଼ପ ଜମିକୁ ତୁରନ୍ତ ଫେରସ୍ତ କରିବା ପାଇଁ ଦାବି କରିଛନ୍ତି ।



ଇଟିଭି ଭାରତ,ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.