ଭିଜିଲାନ୍ସ ପଞ୍ଝାରେ ହିନ୍ଦୋଳ BEO, ଭଦ୍ରକ ବାସଭବନରେ ଚଢାଉ - ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା ଅଧିକାରୀ
🎬 Watch Now: Feature Video
ଭଦ୍ରକ: ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା ଅଧିକାରୀ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଭଦ୍ରକ ସ୍ଥିତ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଖବର ଅନୁଯାୟୀ, ହିନ୍ଦୋଳ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ମଲ୍ଲିକଙ୍କ ଭଦ୍ରକ ଘର ସହ ଅନ୍ୟ ତିନୋଟି ସ୍ଥାନରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଶାନ୍ତନୁ ନିଜ ବ୍ଲକର ଜନୈକ ଶିକ୍ଷକଙ୍କ ଏରିଅର ବାବଦକୁ ଥିବା ଟଙ୍କା କରାଇ ଦେବା ପାଇଁ ସମ୍ପୃକ୍ତ ଶିକ୍ଷକଙ୍କ ଠାରୁ 10 ହଜାର ଟଙ୍କା ଲାଞ୍ଚ ନେବା ବେଳେ କଟକ ଭିଜିଲାନ୍ସ ଟିମ ମାଡ଼ି ବସିଥିଲା । ତେବେ କଟକ ଭିଜିଲାନ୍ସ ଟିମ ତାଙ୍କ ଅଫିସ ସହ ଭଦ୍ରକ କୁଆଁଶ ସ୍ଥିତ ବାସଭବନ ଏବଂ ତାଙ୍କ ଶଶୁର ଘରେ ଚଢାଉ କରିଛି । ଭଦ୍ରକ ସ୍ଥିତ ବାସ ଭବନରୁ ପ୍ରାୟ 12 ଲକ୍ଷ ଟଙ୍କାରୁ ଊର୍ଦ୍ଧ ଟଙ୍କା ବାହାରିଥିବା ବେଳେ ସମୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇନାହିଁ । ଅନ୍ୟ ପକ୍ଷରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।
ଇଟିଭି ଭାରତ, ଭଦ୍ରକ