ଟ୍ରେନ ଭିତରେ ନମାଜ ପାଠ, ଭାଇରାଲ ହେଉଛି ଭିଡିଓ - ଟ୍ରେନ ଭିତରେ ନମାଜକୁ ନେଇ ବିବାଦ
🎬 Watch Now: Feature Video
ଲକ୍ଷ୍ନୌ: ସର୍ବସାଧାରଣ ସ୍ଥାନରେ ନାମାଜ ପାଠ କରିବା ପରି ଘଟଣାକୁ ନେଇ ଚର୍ଚ୍ଚା ଓ ବିବାଦ ବିଭିନ୍ନ ସମୟରେ ସାମ୍ନାକୁ ଆସିଥାଏ । ତେବେ ଟ୍ରେନରେ ଯାତ୍ରା କରୁଥିବା ବେଳେ ନମାଜ ପାଠ କରିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି (Video of Namaz in train goes viral)। ଘଟଣାଟି ଉତ୍ତର ପ୍ରଦେଶ କୁଶିନଗର ରେଳ ଷ୍ଟେସନର ଓ ପ୍ଲାଟଫର୍ମରେ ଛିଡା ହୋଇଥିବା ସତ୍ୟାଗ୍ରହ ଏକ୍ସପ୍ରେସ (ଟ୍ରେନ ନମ୍ବର-15273)ର ସ୍ଲିପର ବଗିର ବୋଲି କୁହାଯାଉଛି । ଉକ୍ତ ବଗିରେ ଯାତ୍ରା କରୁଥିବା କିଛି ଇସଲାମ ଧର୍ମାବଲମ୍ବୀ ସମ୍ପୂର୍ଣ୍ଣ ବଗିରେ ମଝିକୁ ଆସି ନମାଜ ପାଠ କରୁଥିବା ଭାଇରାଲ ଭଡିଓରେ ଦେଖିବାକୁ ମିଳିଛି । ଏପରି କରିବା ଦ୍ବାରା ସାଧାରଣ ଯାତ୍ରୀଙ୍କୁ କିପରି ସମସ୍ୟା ହେଉଛି ତାକୁ ନେଇ ସୋସିଆଲ ମଡିଆରେ ମଧ୍ୟ ଟ୍ରୋଲ କରିବାରେ ଲାଗିଛନ୍ତି ୟୁଜର୍ସ । ବିଜେପି ପୂର୍ବତନ ବିଧାୟକ ଦୀପ ଲାଲ ଭାରତୀ ମଧ୍ୟ ଏହି ଭିଡିଓ ସେୟାର କରିବା ସହ ଘଟଣାକୁ କଟାକ୍ଷ କରିଛନ୍ତି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:29 PM IST