thumbnail

By ETV Bharat Odisha Team

Published : Dec 26, 2023, 9:41 PM IST

ETV Bharat / Videos

ବୟସ୍କା ମହିଳା କୃଷକଙ୍କ ପାଦ ଛୁଇଁଲେ ଉପରାଷ୍ଟ୍ରପତି

Vice President Jagdeep Dhankhar: ହିସାର (ହରିୟାଣା): ସାମ୍ବିଧାନିକ ପଦ ପଦବୀରେ ଥାଇ ମଧ୍ୟ ବଡ଼ଙ୍କୁ ଜଣାଇଲେ ସମ୍ମାନ । ବୟସ୍କା ମହିଳାଙ୍କ ପାଦ ଛୁଇଁଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ହରିୟାଣାର ହିସାରରୁ ଆସିଛି ଏହି ଚିତ୍ର । ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ହିସାର ଗସ୍ତରେ ଯାଇଥିଲେ । ମହିଁଷୀଙ୍କ ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ଗବେଷଣାଗାର ପରିଦର୍ଶନ କରିଥିଲେ । ଏହି ଅବସରରେ କିଛି ମହିଳା ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ଉପରାଷ୍ଟ୍ରପତି । ଆସନ୍ତା ଜାନୁଆରୀରେ କାର୍ଯ୍ୟ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ସମୟରେ ଚେୟାରରେ ବସିଥିବା ଜଣେ ବୟସ୍କା ମହିଳାଙ୍କ ନିକଟକୁ ଯାଇଥିଲେ ଏବଂ ତାଙ୍କ ପାଦ ଛୁଇଁ ଜୁହାର ହୋଇଥିଲେ । ବୟସ୍କା ମହିଳା ଜଣକ ଉପରାଷ୍ଟ୍ରପତିଙ୍କ ମୁଣ୍ଡରେ ହାତ ରଖି ଆଶୀର୍ବାଦ କରିଥିଲେ ।  ମହିଳା କୃଷକମାନଙ୍କୁ ନୂଆଦିଲ୍ଲୀ ନିମନ୍ତ୍ରଣ କରିଛନ୍ତି ଉପରାଷ୍ଟ୍ରପତି । ଦିଲ୍ଲୀରେ ନୂଆ ସଂସଦ ଭବନ ପରିଦର୍ଶନ କରିବାକୁ ସେମାନଙ୍କୁ ନିମନ୍ତ୍ରଣ କରିଛନ୍ତି ।      

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.