ବନ ମହୋତ୍ସବରେ ଯୋଗ ଦେଲେ ଜଙ୍ଗଲ ମନ୍ତ୍ରୀ, ଜୈବିକ ଖତ ପ୍ରସ୍ତୁତି କେନ୍ଦ୍ରର କଲେ ଶୁଭାରମ୍ଭ - ବୀରନରସିଂହପୁର ନର୍ସରୀରେ ଉତ୍ସବ

🎬 Watch Now: Feature Video

thumbnail

By

Published : Jul 2, 2023, 7:49 PM IST

ବୌଦ୍ଧ: ବୀରନରସିଂହପୁର ନର୍ସରୀ ପରିସରରେ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି । ରାଜ୍ୟ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କାର୍ଯ୍ୟକ୍ରମରେ ଯୋଗଦାନ କରି ଜଙ୍ଗଲ ସୁରକ୍ଷା ସହିତ ଜଙ୍ଗଲ ଉପରେ ନିର୍ଭରଶୀଳ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଥିଲେ । ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ଜିଲ୍ଲାରେ ବନ ବିଭାଗ ପକ୍ଷରୁ ବ୍ୟାପକ ଜଙ୍ଗଲ ସୃଷ୍ଟି କରିବାକୁ ପଦକ୍ଷେପ ନିଆଯାଉଛି । ଏହା ସହିତ ଜଙ୍ଗଲ ସୁରକ୍ଷା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଆଜି ବୀରନରସିଂହପୁର ନର୍ସରୀ ପରିସରରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଛି । 

ବୌଦ୍ଧ ଜିଲ୍ଲାରେ ଥିବା 5ଟି ବନାଞ୍ଚଳ ଅଧିନରେ ଅନେକ ଜଙ୍ଗଲ ସମ୍ପଦ ଭରି ରହିଛି । ତେବେ ଦିନକୁ ଦିନ ଉତ୍ତାପ ବୃଦ୍ଧି ପାଉଥିବାବେଳେ ଏସବୁ ବୃକ୍ଷ ରାଜି ଯୋଗୁଁ ଖରା ଓ ବର୍ଷା ସନ୍ତୁଳିତ ହୋଇପାରୁଛି । ଏହାଛଡ଼ା ଜଙ୍ଗଲ ମଧ୍ୟରେ ବିଭିନ୍ନ ବନ୍ୟଜନ୍ତୁ ବସବାସ କରିପାରୁଛନ୍ତି । ତେବେ ଦିନକୁ ଦିନ ଜିଲ୍ଲାର ଜଙ୍ଗଲ ସମ୍ପଦ ଜନ ସଚେତନତା ଅଭାବରୁ ହ୍ରାସ ପାଇବାରେ ଲାଗିଛି । ତେଣୁ ଜଙ୍ଗଲ ସୁରକ୍ଷା ସହିତ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଆଜି ବନ ମହୋତ୍ସବ ଅବସରରେ ଆହ୍ବାନ ଦିଆଯାଇଥିଲା ।


ବନ ମହୋତ୍ସବ ଅବସରରେ ନନ୍ଦନବନ ନିକଟବର୍ତ୍ତୀ ଅଞ୍ଚଳରେ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବନ ସୁରକ୍ଷା ସମିତିକୁ ଜଙ୍ଗଲ ମନ୍ତ୍ରୀ ସ୍ବତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରିଥିଲେ । ବନଖଣ୍ଡ ଅଧିକାରୀଙ୍କ ସମେତ ସମସ୍ତ ଜଙ୍ଗଲ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ବୀରନରସିଂହପୁର ନର୍ସରୀ ପରିସରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସହଯୋଗରେ ଜୈବିକ ଖତ ପ୍ରସ୍ତୁତି କେନ୍ଦ୍ରର ଶୁଭାରମ୍ଭ କରିଥିଲେ ଜଙ୍ଗଲ ମନ୍ତ୍ରୀ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.