ଋଷିକେଶ AIIMSକୁ ଏୟାରଲିଫ୍ଟ ହେଲେ ସମସ୍ତ 41 ଶ୍ରମିକ

By ETV Bharat Odisha Team

Published : Nov 29, 2023, 4:13 PM IST

thumbnail

ଡେରାଡୁନ: ଦୀର୍ଘ 17 ଦିନ ପରେ ଗତକାଲି ସିଲକ୍ୟାରା ଟନେଲରୁ ଉଦ୍ଧାର ହୋଇଥିବା ସମସ୍ତ 41 ଶ୍ରମିକଙ୍କୁ ଆଜି ଋଷିକେଶ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ସେମାନଙ୍କୁ ଉଦ୍ଧାର କରାଯିବା ପରେ ଉତ୍ତରକାଶୀ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କର ପ୍ରାଥମିକ ସ୍ବାସ୍ଥ୍ଯ ପରୀକ୍ଷା କରାଯାଇଥିଲା । ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି । କୌଣସି ଶ୍ରମିକଙ୍କ ଠାରେ କୌଣସି ପ୍ରକାର ସ୍ବାସ୍ଥ୍ୟଗତ ଜଟିଳତା ନଥିବା ସ୍ପଷ୍ଟ ହୋଇଥିଲା । ଆଜି ସେମାନଙ୍କୁ ଉଚ୍ଚତର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଋଷିକେଶ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି । ବାୟୁସେନାର ଚିନୁକ ହେଲିକପ୍ଟରରେ ଏହି ଏୟାରଲିଫ୍ଟ ହୋଇଛି । 

କୌଣସି ଗମ୍ଭୀର ସ୍ବାସ୍ଥ୍ୟଗତ ଜଟିଳତା ନଥିଲେ ସୁଦ୍ଧା ସେମାନେ ଏବେ କିଛି ଦିନ ଡାକ୍ତରୀ ନିରୀକ୍ଷଣରେ ରହିବା ନେଇ ଆଶା କରାଯାଉଛି । ଏହା ପରେ ସେମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଯିବାର ବ୍ୟବସ୍ଥା ଉତ୍ତରାଖଣ୍ଡ ସରକାର ଗ୍ରହଣ କରିବେ । ଗତକାଲି ସେମାନେ ଉଦ୍ଧାର ହେବା ସମୟରେ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଧାମି ଘଟଣାସ୍ଥଳରେ ଥିଲେ । ଉତ୍ତରାଖଣ୍ଡ ସରକାର ପ୍ରତ୍ୟେକ ଶ୍ରମିକଙ୍କୁ 1 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଓ ଚିକିତ୍ସା ଖର୍ଚ୍ଚ ବହନ କରିବା ନେଇ ଘୋଷଣା କରିସାରିଛି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.