ଉଦ୍ଧାର ଶ୍ରମିକଙ୍କ ମୁହଁରୁ ସେହି 17 ଦିନର କାହାଣୀ, 'ପ୍ରଥମ 24 ଘଣ୍ଟା ହୋଇଥିଲା ଅସୁବିଧା'

By ETV Bharat Odisha Team

Published : Nov 29, 2023, 11:10 AM IST

thumbnail

ଡେରାଡୁନ: 17 ଧରି ସଂଘର୍ଷ କରୁଥିବା 41 ଶ୍ରମିକ ନୂଆ ଜୀବନ ପାଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ସଫଳ ହୋଇଛି । 400ରୁ ଅଧିକ ଘଣ୍ଟା ଧରି ଚାଲିଥିବା ମହା ଅପରେସନର ପରିଣାମ ଆଲୋକ ଦେଖିଛନ୍ତି 41 ଶ୍ରମବୀର । ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ ଦୁର୍ଘଟଣାର ଶିକାର ଶ୍ରମିକ ଉଦ୍ଧାର ପରେ ସବୁଠି ଖୁସି । ଅଦିନିଆ ଦୀପାବିଳ ପାଳୁଛନ୍ତି ସୋମାନଙ୍କ ପରିବାର । ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି । ବିଶ୍ବଜିତ କୁମାର ଶର୍ମା ନାମକ ଜଣେ ଉଦ୍ଧାର  ହୋଇଥିବା ଶ୍ରମିକ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, "ପ୍ରଥମ 24 ଘଣ୍ଟା ଆମ ପାଇଁ ଅସୁବିଧା ହୋଇଥିଲା । ମାତ୍ର ଧୀରେଧୀରେ ସମସ୍ତ ବ୍ୟବସ୍ଥା ଖାଇବା ପିଇବା ବ୍ୟବସ୍ଥା ପରେ ଆମର ସାହସ ବଢିଥିଲା । ଏବେ ମୁଁ ବହୁତ ଖୁସି ଅଛି ।" ସେହି ପରି ଅନ୍ୟ ଜଣେ ଉଦ୍ଧାର ଶ୍ରମିକ ସୁବୋଧ କୁମାର ବର୍ମା ମଧ୍ୟ ସେହି 17 ଦିନର କାହାଣୀ କହିଛନ୍ତି । ଶୁଣନ୍ତୁ 2 ଶ୍ରମିକଙ୍କ ମୁହଁରୁ ସେହି 17 ଦିନର କାହାଣୀ ।....

ଏହା ବି ପଢନ୍ତୁ...ବିଶ୍ବର ତୃତୀୟ ବଡ଼ ଉଦ୍ଧାର ଅଭିଯାନ ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି; ଜାଣନ୍ତୁ ପ୍ରଥମେ କିଏ

ଏହା ବି ପଢନ୍ତୁ...17 ଦିନ ପରେ ଅନ୍ଧାର ସୁ଼ଡଙ୍ଗରୁ ବାହାରିଲେ 41 ଶ୍ରମିକ, ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.