କିଛି ଘଣ୍ଟା ମଧ୍ୟରେ ସରିବ ଉଦ୍ଧାର ଅପରେସନ, ଓଡିଆ ଶ୍ରମିକଙ୍କୁ ଚାହିଁ ବସିଛି ପରିବାର - ଉତ୍ତରକାଶୀ ଟନେଲ ଟ୍ରାଜେଡି
🎬 Watch Now: Feature Video
Published : Nov 23, 2023, 5:36 PM IST
|Updated : Nov 24, 2023, 4:14 PM IST
ରାଇରଙ୍ଗପୁର: ଦୀର୍ଘ ୧୩ ଦିନ ଧରି ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲ ମଧ୍ୟରେ ଫସି ରହିଛନ୍ତି 41 ଶ୍ରମିକ । ସେମାନଙ୍କୁ ଉଦ୍ଧାର ପାଇଁ ଚାଲିଥିବା ରେସ୍କ୍ୟୁ ଅପରେସନ ଆଜି ଶେଷ ପ୍ରର୍ଯ୍ୟାୟରେ ପହଞ୍ଚିଛି । ସଂଧ୍ୟା ସୁଦ୍ଧା ସମସ୍ତଙ୍କୁ ଉଦ୍ଧାର କରାଯିବା ସମ୍ଭବ ହେବା ନେଇ ଆଶା କରାଯାଉଛି । ଏହି ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡିଆ ଶ୍ରମିକ ଥିବା ବେଳେ 3 ଜଣ ମୟୂରଭଞ୍ଜ ଜିଲ୍ଲାରୁ ରହିଛନ୍ତି । ବାଙ୍ଗିରିପୋଷି ଥାନା ବେଢାକୁଦର ଗ୍ରାମର ଧୀରେନ ଓ ଯୋଗୀବନ୍ଧ ଗ୍ରାମର ବିଶେଶ୍ବର ନାଏକଙ୍କ ସହ ତିରିଂ ଥାନା ଝରାଡିହି ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲଡ଼ିହା ଗ୍ରାମର ମୁଚିରାମ ନାଏକଙ୍କ ବଡ ପୁଅ ରାଜୁ ନାଏକ ମଧ୍ୟ ସେହି ଟନେଲରେ ଫସି ରହିଛନ୍ତି ।
ଟନେଲରେ ଫସିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ଫୋନ ମାଧ୍ୟମରେ ପରିବାର ଲୋକେ ସୂଚନା ପାଇଛନ୍ତି । ସେପଟେ କୁଲଡ଼ିହା ସ୍ଥିତ ରାଜୁ ନାଏକଙ୍କ ଘରେ ଅଘଟଣ ଖବର ପାଇବା ଦିନରୁ ଚୁଲି ଜଳନି । ମାତ୍ର ଗତକାଲି ଉଦ୍ଧାର ଅପରେସନର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଖବର ପାଇବା ପରେ ପରିବାର ଓ ଗାଁ ଲୋକେ ବେଶ ଖୁସି । ସମାନେ କେବଳ ଅପେକ୍ଷା କରିଛନ୍ତି, କେବେ ରାଜୁ ଘରକୁ ଫେରିବେ । କେବଳ ରାଜୁ କିମ୍ବା ଓଡିଆ ଶ୍ରମିକ ନୁହନ୍ତି, ଫସିଥିବା ସମସ୍ତ 41 ଶ୍ରମିକ ସୁରକ୍ଷିତ ଉଦ୍ଧାର ହୋଇ ଘରକୁ ଫେରନ୍ତୁ ବୋଲି କହିଛନ୍ତି ରାଜୁଙ୍କ ପରିବାର ସଦସ୍ୟ । ରାଜୁଙ୍କ ପରିବାର ସହ ଅଧିକ ଆଲୋଚନା କରିଥିଲେ ଆମ ରାଇରଙ୍ଗପୁର ପ୍ରତିନିଧି ସଞ୍ଜୟ ପରିଡା ।
ଇଟିଭି ଭାରତ, ମୟୂରଭଞ୍ଜ