thumbnail

By ETV Bharat Odisha Team

Published : Dec 31, 2023, 10:06 PM IST

ETV Bharat / Videos

ଉରିରେ ଯବାନଙ୍କ ସହ ନୂଆବର୍ଷ ପାଳିଲେ ସ୍ଥାନୀୟବାସିନ୍ଦା

ଶ୍ରୀନଗର: ଯବାନଙ୍କ ସହ ନୂଆବର୍ଷ ପାଳିଲେ ଜମ୍ମୁକାଶ୍ମୀର ଉରି ବାସିନ୍ଦା । ଦେଶବାସୀ ନୂଆବର୍ଷ ପାଳନ କରୁଥିବାବେଳେ ସୁରକ୍ଷା ପାଇଁ ସୀମା ଜଗିଛନ୍ତି ଯବାନ। ସୀମାରେ ଅନବରତ ସେବା ଯୋଗାଇ ଆସୁଥିବା ଯବାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଲୋକେ । ନିଜ ଡ୍ୟୁଟିରୁ ସମୟ ବାହାର କରି ସେମାନେ ଅଞ୍ଚଳବାସୀଙ୍କ ସହ ଖୁସି ମନାଇଛନ୍ତି । ଏହି ନିଆରା ଢଙ୍ଗରେ ନୂଆବର୍ଷ ପାଳନକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ନୂଆବର୍ଷ ୨୦୨୪କୁ ସ୍ବାଗତ କଲା ନ୍ୟୁଜିଲାଣ୍ଡ, ଆତସବାଜିରେ ଝଲସିଲା ଅକଲାଣ୍ଡ

ସେଠାରେ ଉପସ୍ଥିତ ଥିବା ଆବାଳ ବୃଦ୍ଧ ବନିତାଙ୍କ ସହ ହାତ ମିଶାଇଛନ୍ତି ଯବାନ । ଏହାସହ ସମସ୍ତଙ୍କୁ ମିଠା ଖୁଆଇ ନୂଆବର୍ଷର ଶୁଭକାମନା ଜଣାଇଛନ୍ତି । ଯାହାକୁ ନେଇ ବେଶ ଖୁସି ବ୍ୟକ୍ତି କରିଛନ୍ତି ଅଞ୍ଚଳବାସୀ । ସେନା ଯବାନଙ୍କ ସହ ପାଳନ କରାଯାଇଥିବା ଏହି ଖୁସିର ମୁହୁର୍ତ୍ତ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ଅଞ୍ଚଳବାସୀ । ତେବେ ନୂଆବର୍ଷର ଆଗମନକୁ ନେଇ ସବୁଠି ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.