Political Ruckus: ରାହୁଲଙ୍କ ସଦସ୍ୟତା ରଦ୍ଦ ପରେ ହଙ୍ଗାମା, ବିଜେପି-କଂଗ୍ରେସ କର୍ମୀ ମୁହାଁମୁହିଁ - ରାୟପୁରରେ ହଙ୍ଗାମା
🎬 Watch Now: Feature Video
ରାୟପୁର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହେବା ପରେ ଛତିଶଗଡ଼ ରାଜଧାନୀ ରାୟପୁରରେ ହଙ୍ଗାମା । ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ କର୍ମୀ । ରାହୁଲଙ୍କ ସଦସ୍ୟତା ରଦ୍ଦ ହେବା ପରେ କଂଗ୍ରେସ କର୍ମୀମାନେ ଛତିଶଗଡ଼ ରାଜ୍ୟ ବିଜେପି ସଭାପତି ଅରୁଣ ସାୱଙ୍କ ପୋଷ୍ଟର ଉପରେ କାଳି ମାଡ଼ କରିଥିଲେ । ବିଜେପି କର୍ମୀମାନେ ଏହି ଖବର ପାଇବା ପରେ ଉଭୟ ନେତାଙ୍କ ବିରୋଧରେ ହଙ୍ଗାମା ସୃଷ୍ଟି ହୋଇଥିଲା । ଉଭୟ ପକ୍ଷର କର୍ମୀମାନେ ପରସ୍ପରକୁ ଆକ୍ରମଣ କରିଥିଲେ ।
ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ପୋଲିସ ଉପସ୍ଥିତିରେ ଦୁଇ ଦଳର କର୍ମୀମାନେ ମାରପିଟ ହେଉଥିବା ବେଳେ ପୋଲିସ ଦର୍ଶକ ସାଜିଥିବା ଅଭିଯୋଗ ହୋଇଛି । ମାମଲା ଶାନ୍ତ ପଡ଼ିବା ପରେ ବିଜେପି କର୍ମକର୍ତ୍ତାମାନେ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବିଜେପି କର୍ମୀମାନେ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ପୋଲିସ ଅଟକାଇଥିଲା । ଏଠାରେ ମଧ୍ୟ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୋଲିସ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ଉଦ୍ୟମ କରିଥିଲା ।
ଏହା ବି ପଢନ୍ତୁ- ରାହୁଲଙ୍କ ସାଂସଦ ପଦ ରଦ୍ଦକୁ ବିରୋଧୀଙ୍କ ମିଳିତ ବିରୋଧ, କହିଲେ ଏହା ଗଣତନ୍ତ୍ରର ହତ୍ୟା
ସୂଚନା ଥାଉ କି ମାନହାନି ମକଦ୍ଦମାରେ ରାହୁଲ ଗାନ୍ଧୀଙ୍କୁ ସୁରଟ ସେସନ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏହି ରାୟ ଆସିବା ପରେ ଆଜି ଲୋକସଭା ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଥିଲା । ଆଉ କଂଗ୍ରେସଙ୍କ ଲୋକସଭା ସାଂସଦ ପଦକୁ ରଦ୍ଦ କରାଯାଇଥିଲା । ଏହି ଘୋଷଣା ହେବା ପରେ ଦେଶବ୍ୟାପୀ କଂଗ୍ରେସ ନେତା ଓ କର୍ମୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।