Wedding in ICU: ଆଇସିୟୁରେ ପଡିଲା ହାତଗଣ୍ଠି

🎬 Watch Now: Feature Video

thumbnail
ପାଟନା: ମନ୍ଦିରରେ ବିବାହ ହେବା ସାଧାରଣ କଥା । ହେଲେ ଆପଣ ICUରେ କେବେ ବିବାହ ହୋଇଥିବା ଶୁଣିଛନ୍ତି ? ବିହାର ଗୟାଠାରେ ଏଭଳି ନିଆରା ବିବାହ ଦେଖିବାକୁ ମିଳିଛି (Unique wedding in Bihar) । ବରକନ୍ୟା ପକ୍ଷ ଓ ଡାକ୍ତରଙ୍କ ଉପସ୍ଥିତିରେ ଆଇସିୟୁ ମଧ୍ୟରେ ବିବାହ ହୋଇଥିଲା (Wedding in ICU)। ଗୟା ଜିଲ୍ଲାର ଗୁରାରୁ ନିକଟ ବାଲି ଗାଁର ଅଧିବାରୀ ଲଲନ କୁମାରଙ୍କ ପତ୍ନୀ ପୁନମ ବର୍ମା କିଛି ଦିନ ଧରି ଅସୁସ୍ଥ ଥିଲେ । ଏହାପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ହେବା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ନିଜ ଝିଅର ବିବାହ ଦେଖିବାକୁ ଚାହୁଁଥିବାରୁ ଆଇସିୟୁରେ ତାଙ୍କର ବିବାହ ହୋଇଥିଲା । ଆଜି ତାଙ୍କର ନିର୍ବନ୍ଧ ହେବାର ଥିବା ବେଳେ ଏହା ପୂର୍ବରୁ ତାଙ୍କର ବିବାହ ହୋଇଥିଲା । ବିବାହର ୨ଘଣ୍ଟା ପରେ ତାଙ୍କର ମୃତ୍ୟୁ ଘଟିଥିଲା ।
Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.