ପାଖର ଠାରେ ପାସେଞ୍ଜର ହଲ୍ଟ କାର୍ଯ୍ୟର ତଦାରଖ କଲେ ରେଳମନ୍ତ୍ରୀ
🎬 Watch Now: Feature Video
Railway Minister In Jajpur:ଯାଜପୁର: ରେଳ ପ୍ରକଳ୍ପର ଦଦାରଖ କଲେ କେନ୍ଦ୍ର ରେଳମନ୍ତ୍ରୀ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଖର ଠାରେ ରେଳ ରହଣି ପାଇଁ ଷ୍ଟେସନ କାର୍ଯ୍ୟ ଚାଲିଛି । ଏହିକ୍ରମରେ ବାଲେଶ୍ୱରରୁ ଟ୍ରେନ ଯୋଗେ ଭୁବନେଶ୍ୱର ଅଭିମୁଖେ ଗସ୍ତ କରୁଥିବା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପାଖରେ ଛକରେ କିଛି ସମୟ ପାଇଁ ଓହ୍ଲାଇ ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ । ଆସନ୍ତା ୨ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇ ରେଳ ରହଣି ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଥିଲେ । ପାଖର ଠାରେ ପାସେଞ୍ଜର ଟ୍ରେନ ରହଣି ପାଇଁ ଆଖପାଖ ପଞ୍ଚାୟତ ଓ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲା । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହାକୁ ଗୁରୁତ୍ୱର ସହ ନେଇ ଏଠାରେ ରେଳ ରହଣି ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ । ଏଥିସହ ଷ୍ଟେସନ ପାଇଁ ଆବଶ୍ୟକୀୟ ଅର୍ଥ ମଞ୍ଜୁର କରାଇଥିଲେ । ଏହି ଷ୍ଟେସନ ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ରେଳମନ୍ତ୍ରୀ ଆସୁଥିବା ଖବର ପାଇ ସ୍ଥାନୀୟ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ ।
ଏହା ମଧ୍ୟ ପଢନ୍ତୁ ...ଭୁବନେଶ୍ୱର ଓ କଟକ ରେଳ ଷ୍ଟେସନରେ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ରେଳମନ୍ତ୍ରୀ
ଇଟିଭି ଭାରତ , ଯାଜପୁର