କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଦିନିକିଆ ଗସ୍ତ, ସପ୍ତଶଯ୍ୟା ମହୋତ୍ସବର କଲେ ଉଦଘାଟନ - ଢେଙ୍କାନାଳ ମିନି ଷ୍ଟାଡିୟମ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 18, 2023, 10:20 PM IST

ଢେଙ୍କାନାଳ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି (ଶନିବାର) ସନ୍ଧ୍ୟାରେ ଢେଙ୍କାନାଳକୁ ଏକ ଦିନିକିଆ ଗସ୍ତ କରିଛନ୍ତି । ଦେବାଂଶୀ ଡାନ୍ସ ଏକାଡେମୀ ପକ୍ଷରୁ ଆୟୋଜିତ ସପ୍ତଶଯ୍ୟା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।  ଏହି ଅବସରରେ ଉପସ୍ଥିତ ଜଣ ସାଧାରଣଙ୍କୁ ଉଦବୋଧନ ଦେଇ କଳା ସାହିତ୍ୟ, ସଂସ୍କୃତି ମଣିଷର ଆବେଗକୁ ପରିପ୍ରକାଶ କରେ । ଏକକୁ ଏକାକାର କରିବାର ମାଧ୍ୟମ ହେଲା କଳା, ସାହିତ୍ୟ ଓ ସଂସ୍କୃତି । ଆମ ରାଜ୍ୟରେ ଅନେକ ସଂସ୍କୃତିର ମିଳନ ସ୍ଥଳ ହେଉଛି ଢେଙ୍କାନାଲ ଜିଲ୍ଲା ।  

ଏହା ବି ପଢନ୍ତୁ-  ଭର୍ଚୁଆଲରେ ସପ୍ତଶଯ୍ୟା ମହୋତ୍ସବ ଶୁଭାରମ୍ଭ

ଆଗାମୀ ବର୍ଷ ଢେଙ୍କାନାଳକୁ ଆହୁରି ସଂସ୍କୃତି ସମ୍ପନ୍ନ କରୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି । ଉତ୍ସବ ଅବସରରେ ଦେବାଂଶୀ ଡାନ୍ସ ଏକାଡେମୀ ପକ୍ଷରୁ ପଦ୍ମଶ୍ରୀ ମାଧବୀ ମୁଦଗଲ, ପଦ୍ମଶ୍ରୀ ଶ୍ୟାମାମଣି ପଟ୍ଟନାୟକ ଓ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଚଳିତ ବର୍ଷର ସପ୍ତଶଯ୍ୟା ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଶ୍ରୀ ମିନାକ୍ଷୀ ବେହେରା ଓ ଗୁରୁ ଡଃ ଗଜେନ୍ଦ୍ର ପଣ୍ଡାଙ୍କୁ ସପ୍ତଶଯ୍ୟା ଜୀବନବ୍ୟାପୀ ସାଧନା ସମ୍ମାନ, ଚନ୍ଦନ କର ଓ ଅଭିନେତ୍ରୀ ସ୍ବପ୍ନା ପତି ପ୍ରମୁଖଙ୍କୁ ସପ୍ତଶଯ୍ୟା ୟୁଥ ଆଇକନ ଆୱାର୍ଡ ସମ୍ମାନିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।  ଉତ୍ସବ ପରିଶେଷରେ ପରିବେଷଣ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ବସି ଦେଖିଥିଲେ କେନ୍ଦ୍ରମନ୍ତ୍ରୀ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.