thumbnail

By ETV Bharat Odisha Team

Published : Nov 14, 2023, 4:51 PM IST

ETV Bharat / Videos

Watch: ଚେତା ହରାଇଲା କୋବ୍ରା, କୃତ୍ରିମ ଉପାୟରେ ଅମ୍ଳଜାନ ଦେଲେ ଚିକିତ୍ସକ

ବେଙ୍ଗାଲୁରୁ: ଚେତା ହରାଇଲା କୋବ୍ରା । ଏକ କାରରୁ ଚେତାଶୂନ୍ୟ ଅବସ୍ଥାରେ ଥିବା ସାପକୁ ଉଦ୍ଧାର କରାଯାଇଛି । କର୍ଣ୍ଣାଟକ ରାଇଚୁର ଜିଲ୍ଲାରେ ଦେଖିବାକୁ ମିଳିଛି ବିରଳ ଘଟଣା । ସାପଟି କାରରେ ପଶିଯାଇଥିବା ବେଳେ ବାହାରକୁ ବାହାରି ପାରିନଥିଲା । କାରରୁ ସାପକୁ ବାହାର କରିବା ଲାଗି ବିଭିନ୍ନ ପ୍ରକାର ଉଦ୍ୟମ କରାଯାଇଥିଲା । ଏହାପରେ ସାପ ଉପରେ ଫେନଲ ମଧ୍ୟ ସ୍ପ୍ରେ' କରାଯାଇଥିଲା । ଏହାପରେ ସାପ ଚେତା ହରାଇଥିଲା । ଏହାପରେ ମେଡିକାଲ ଅଫିସର ଖଲିଦ ଚାଭୁସ ଓ ଅନ୍ୟମାନେ ସାପକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ଏକ ପାଇପ ଯୋଗେ ସାପକୁ ଅମ୍ଳଜାନ ପହଞ୍ଚାଇବା ପରେ ତାକୁ ହୋସ୍‌କୁ ଅଣାଯାଇଛି । ହଟ୍ଟି ଗୋଲ୍ଡ ମାଇନିଂ କମ୍ପାନୀ ହସ୍ପିଟାଲର ମୁଖ୍ୟ ଚିକିତ୍ସକ ଅଧିକାରୀ ଓ ଡାକ୍ତର ରବୀନ୍ଦ୍ରନାଥଙ୍କ ଉଦ୍ୟମରେ ଏହି ସାପର ଚେତା ଫେରିଆସିଥିଲା । ଏହାପରେ ସାପକୁ ନିକଟସ୍ଥ ଜଙ୍ଗଲରେ ଛଡ଼ାଯାଇଥିବା ଜଣାପଡ଼ିଛି ।  

ଏହା ବି ଦେଖନ୍ତୁ- Viral Video: ଜୋତା ଭିତରେ ଲୁଚିଥିଲା ନାଗସାପ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.